Sukinda chrome mines: କ୍ରୋମ୍ ପରିବହନକୁ ଭରସା ୫୦ ବର୍ଷର ସଡ଼କ
ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ରତ୍ନଗର୍ଭା ସୁକିନ୍ଦାର କ୍ରୋମ୍ ଖଣିଜପଥର ପରିବହନକୁ ଭରସା ହୋଇରହିଛି ୫୦ ବର୍ଷର ସଡ଼କ ବ୍ୟବସ୍ଥା। ଓଡ଼ିଶା ଖଣି ନିଗମ(ଓଏମ୍ସି), ଟାଟାଷ୍ଟିଲ, ଫେକର-ବେଦାନ୍ତ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ୍...

କାଳିଆପାଣି (ରବି ନାରାୟଣ କର): ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ରତ୍ନଗର୍ଭା ସୁକିନ୍ଦାର କ୍ରୋମ୍ ଖଣିଜପଥର ପରିବହନକୁ ଭରସା ହୋଇରହିଛି ୫୦ ବର୍ଷର ସଡ଼କ ବ୍ୟବସ୍ଥା। ଓଡ଼ିଶା ଖଣି ନିଗମ(ଓଏମ୍ସି), ଟାଟାଷ୍ଟିଲ, ଫେକର-ବେଦାନ୍ତ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ୍ ଓ ବାଲେଶ୍ବର ଆଲଏଜ୍ କମ୍ପାନି ସମୂହର ୧୦ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍ ଖଣିର କ୍ରୋମାଇଟ୍ ପରିବହନ ୫ ଦଶନ୍ଧିର ପୁରାତନ ଟମକା-ମଙ୍ଗଳପୁର ସଡ଼କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ହେଲେ ୨୦୦୮ ମସିହାରୁ ଏହି ସଡ଼କ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିଲେ ହେଁ ଏହାର ସ୍ବରୂପ ଓ ସାମର୍ଥ୍ୟରେ ଉନ୍ନତି ଆସିପାରୁନି। ଗମନାଗମନ ବ୍ୟବସ୍ଥାକୁ ନେଇ ଖଣିଅଞ୍ଚଳବାସୀ ବ୍ୟତିବ୍ୟସ୍ତ ଓ ବିବ୍ରତ ହେଉଥିଲେ ହେଁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ ବାହାନାରେ ସମୟ ଗଡ଼ାଇ ଚାଲିଛନ୍ତି।
୧୯୬୦ ମସିହାରେ ସମାନ୍ତରାଳ ଭାବେ ଓଏମ୍ସିର କଲରଙ୍ଗି କ୍ରୋମାଇଟ୍ ଖଣି ଓ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି ଖୋଲା ଯାଇଥିଲା। କଲରଙ୍ଗି କ୍ରୋମ୍ ବ୍ୟବସାୟର ପେଣ୍ଠସ୍ଥଳ ଥିଲା। କଲରଙ୍ଗି ଖଣିରୁ କଲରଙ୍ଗି ଗାଁ କୁମାରଡିହ ପରେ ଢେଙ୍କାନାଳଜିଲ୍ଲା ଭୁବନ ବ୍ଲକର ବରନାଳି, ଓଡ଼ିଶ, ବାରୁଆଁ ଓ ପଳାସପିଠିଆ ପରେ ଭୁବନ-କାମାକ୍ଷାନଗର ସଡ଼କର ଗୋଡ଼ାଛକ ବାଟରେ କ୍ରୋମାଇଟ୍ ପରିବହନ କରାଯାଉଥିଲା। ଓଏମ୍ସି ପକ୍ଷରୁ କଲରଙ୍ଗି-ଗୋଡ଼ାଛକ ୧୩ କିଲୋମିଟର ବ୍ୟାପୀ ସଡ଼କର ଉନ୍ନତୀକରଣ କରାଯାଉଥିଲା।
ସୌଜନ୍ୟ ସମ୍ବାଦ




