ଦେଶ ବିଦେଶ
Death penalty: ଇରାନୀ ଯମଜ ଭଉଣୀ ଶାସକଙ୍କ କ୍ରୋଧର ସମ୍ମୁଖୀନ
ଇରାନ ଆଜି ଆମେରିକା ବିରୋଧରେ ଯୁଦ୍ଧ ଲଢ଼ୁଛି। ଆମେରିକା ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଇରାନରେ ଶାସନ ବିରୋଧରେ ତୀବ୍ର ସ୍ବର ଉଠୁଥିଲା। ଜନତାଙ୍କ ପ୍ରଖର ସ୍ବରକୁ ଦବେଇବାକୁ ଇରାନ ସରକାର କଠୋର ବଳ ପ୍ରୟୋଗ କରୁଥିଲା।

ତେହେରାନ: ଇରାନ ଆଜି ଆମେରିକା ବିରୋଧରେ ଯୁଦ୍ଧ ଲଢ଼ୁଛି। ଆମେରିକା ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଇରାନରେ ଶାସନ ବିରୋଧରେ ତୀବ୍ର ସ୍ବର ଉଠୁଥିଲା। ଜନତାଙ୍କ ପ୍ରଖର ସ୍ବରକୁ ଦବେଇବାକୁ ଇରାନ ସରକାର କଠୋର ବଳ ପ୍ରୟୋଗ କରୁଥିଲା। ଏହି ସମୟରେ ଦୁଇ ଜଣ ଯମଜ ଭଉଣୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସେମାନଙ୍କ ବୟସ ୧୯ ବର୍ଷ ଥିଲା। ଆଜି ଦୁଇ ଭଉଣୀଙ୍କ ବୟସ ୨୦ ବର୍ଷ ହେବ। ଦୁଇ ଭଉଣୀ ଏବେ ଜେଲରେ ଅଛନ୍ତି ଓ ସେଠାରେ ସେମାନଙ୍କୁ ଅତି ନିର୍ମମ ଭାବେ ପ୍ରତାରିତ କରାଯାଉଛି। ଏମାନଙ୍କ ନାଁ ତାରାନେହ ରହିମି ଓ ରୋମିନା ରହିମି। ତାରାନେହଙ୍କୁ ମୃତ୍ୟୁଦଣ୍ଡ ମିଳିଥିବାବେଳେ ରୋମିନାଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ମାସ୍କ ଲଗାଇଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ଘରୁ ଉଠାଇ ନେଇଥିଲେ।
ସୌଜନ୍ୟ ସମ୍ବାଦ




