ଜାତୀୟ

Viral Story : ଭଲ ଲାଗିଲାନି ଦିଲ୍ଲୀ ବଡ଼ାପାଓ… ମୁମ୍ଵାଇରେ ପହଞ୍ଚିଲେ କଣ୍ଟେଣ୍ଟ କ୍ରିଏଟର, ୨୦ ଟଙ୍କାର ବଡ଼ାପାଓ ଲାଗି ୧୫ ହଜାର ଖର୍ଚ୍ଚ

ନୂଆଦିଲ୍ଲୀ, ୮/୯ : ଦିଲ୍ଲୀର ଜଣେ ମହିଳା କଣ୍ଟେଣ୍ଟ କ୍ରିଏଟର ମୁମ୍ବାଇର ପ୍ରସିଦ୍ଧ ବଡ଼ାପାଓ ଖାଇବାକୁ ୧୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ ସେ ବଡ଼ାପାଓ ଖାଉଥିଲେ । କିନ୍ତୁ ଏହା ତାଙ୍କୁ ସ୍ୱାଦିଷ୍ଟ ଲାଗୁନଥିଲା । ପ୍ରକୃତରେ ସ୍ୱାଦିଷ୍ଟ ବଡ଼ାପାଓ କେବଳ ମୁମ୍ବାଇରେ ହିଁ ମିଳିବ ବୋଲି ସେ ହୃଦୟଙ୍ଗମ କଲେ । ତେଣୁ ସେ ମୁମ୍ବାଇକୁ ବିମାନ ଯାତ୍ରା କରିବାକୁ ନିଷ୍ପତ୍ତି ନେଲେ ।

ଦିଲ୍ଲୀରୁ ମୁମ୍ବାଇକୁ ବିମାନ ଯାତ୍ରା ପ୍ରାୟ ୫ ହଜାର ଟଙ୍କା । ଦିଲ୍ଲୀ ବିମାନବନ୍ଦରରେ ସେ ୧୬୫ ଟଙ୍କାରେ ୧ କପ୍‌ ଚା’ ଓ ୩୦୦ ଟଙ୍କାର କପ୍‌ ନୁଡଲ୍ସ କିଣିଲେ । ଅପରାହ୍ଣ ୪ଟାରେ ସେ ଦିଲ୍ଲୀରୁ ବିମାନରେ ବସିଲେ ଏବଂ ସନ୍ଧ୍ୟା ୭ଟାରେ ମୁମ୍ବାଇରେ ପହଞ୍ଚିଲେ । କିନ୍ତୁ ଭିଡ଼ ଯୋଗୁ ମାତ୍ର ୧୧ କିମି ରାସ୍ତା ଅତିକ୍ରମ କରିବାକୁ ତାଙ୍କୁ ଘଣ୍ଟାଏରୁ ବେଶି ସମୟ ଲାଗିଲା । ତେଣୁ ସେ ରାତିରେ ବାଧ୍ୟ ହୋଇ ୪ ହଜାର ଟଙ୍କାରେ ଏକ ହୋଟେଲ ରୁମ୍‌ ନେଇ ରହିଲେ । ପରଦିନ ସକାଳେ ରାସ୍ତାକଡ଼ରୁ ବଡ଼ାପାଓ ଖାଇବାକୁ ବାହାରିପଡ଼ିଲେ । ଶେଷରେ ଏକ ଷ୍ଟଲ୍‌ ପାଇଲେ, ଯେଉଁଠି ବଡ଼ାପାଓର ମୂଲ୍ୟ ଥିଲା ୨୦ ଟଙ୍କା । ଖଣ୍ଡେ ବଡ଼ାପାଓ ଖାଇବା ମାତ୍ରେ ସେ ହୃଦୟଙ୍ଗମ କଲେ ଯେ ପ୍ରକୃତରେ ସ୍ୱପ୍ନ ନଗରୀ ମୁମ୍ବାଇରେ ହିଁ ସ୍ୱାଦିଷ୍ଟ ବଡ଼ାପାଓ ମିଳେ । ଏତେ ସମୟ ଓ ଟଙ୍କା ଖର୍ଚ୍ଚ କରିବା ପରେ ମହିଳା ଏହାକୁ ନିଜ ଜୀବନର ଶ୍ରେଷ୍ଠ ବଡ଼ାପାଓ ବୋଲି କହିଲେ । ତାଙ୍କ ଆକଳନ ଅନୁସାରେ, ବଡ଼ାପାଓ ଲାଗି ଗସ୍ତରେ ତାଙ୍କର ପ୍ରାୟ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button