Collecting Books From Garbage : ଅଳିଆରୁ ସଂଗ୍ରହ କରୁଛନ୍ତି ପୁସ୍ତକ,ପାଠଗାରାକୁ ଦାନ କଲେ ୮୦୦ ବହି

ନୂଆଦିଲ୍ଲୀ,୮ \୯ : ବ୍ୟବହୃତ ପୁସ୍ତକ କିଣିବାକୁ କୋଟ୍ଟୟମ୍ ର ଚିରକ୍କଡାଭୁ ସ୍ଥିତ କଥାଲଙ୍କଲପ୍ପଦି ସ୍ଥିତ ଏକ ଦୋକାନ ବାହାରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମେ । ଏହା ପ୍ରକୃତରେ ସେକେଣ୍ଡହ୍ୟାଣ୍ଡ ବହି ଦୋକାନ ନୁହେଁ । ଏକ କବାଡ଼ିଆ ଦୋକାନ, ଯେଉଁଠି ଲୁହା, ପ୍ଲାଷ୍ଟିକ୍ ଓ ଅନ୍ୟ ଅଲୋଡ଼ା ଉପକରଣ ଭିତରେ ଟେବଲ ଉପରେ ପୁସ୍ତକ ଗଦା ହୋଇଛି । ୭୯ ବର୍ଷୀୟ ଦୋକାନ ମାଲିକ ଟି ଜି ଶ୍ରୀଧରନ ପିଲ୍ଲାଈଙ୍କ ସର୍ବଦା ଖଣ୍ଡେ ବହି ପଢୁଥିବା ଦେଖିବାକୁ ମିଳେ । ଦୀର୍ଘ ୩ ଦଶନ୍ଧି ଧରି କବାଡ଼ିଆ ସାମଗ୍ରୀ ସହ ଶତାଧିକ ପୁସ୍ତକ ପିଲ୍ଲାଈ ସଂଗ୍ରହ କରିଛନ୍ତି ।
ନିକଟରେ ସେ ୮୦୦ ପୁସ୍ତକ ଚିରକ୍କଡାଭୁ ପବ୍ଲିକ୍ ଲାଇବ୍ରେରୀକୁ ଦାନ କରିଛନ୍ତି । ତାଙ୍କ ପାଇଁ ଏହି ଅଲୋଡ଼ା ପୁସ୍ତକ ନୂଆ ଜୀବନ ପାଇଛନ୍ତି । ଲୋକେ ସାଧାରଣତଃ ଘର ବିକିବା ବେଳେ କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବେଳେ ବ୍ୟାପକ ସଂଖ୍ୟାରେ ପୁସ୍ତକ କବାଡ଼ିବାଲାଙ୍କୁ ବିକ୍ରି କରିଦିଅନ୍ତି । ଏଥିରେ ବିଭିନ୍ନ ଭାଷାର ପୁସ୍ତକ ଥାଏ । କାହାଣୀ, କବିତା, ଉପନ୍ୟାସ ଆଦି ବିଭିନ୍ନ ଧରଣର ପୁସ୍ତକ ପିଲ୍ଲାଈଙ୍କ ପାଖକୁ ଆସେ । ଜଣେ ପାଠକ ଭାବେ ପିଲ୍ଲାଈ ପ୍ରଥମେ ପୁସ୍ତକଗୁଡ଼ିକୁ ନିଜେ ପଢ଼ନ୍ତି, ତା’ପରେ ଦୋକାନ ଥାକରେ ଜମା କରନ୍ତି । ରାସ୍ତା କଡ଼ରେ ତାଙ୍କ ଦୋକାନ ଥିବାରୁ ଗାଁ ଲୋକେ ବେଶ ରୁଚିର ସହ ତାଙ୍କଠୁ ପୁସ୍ତକ କିଣିନିଅନ୍ତି ।
ସୌଜନ୍ୟ ପ୍ରମେୟ




