ରାଜ୍ୟ
Robbery Plot Foiled ଡକାୟତ ଯୋଜନା ପଣ୍ଡ, ୨ ଗିରଫ ଓ ୩ ଫେରାର୍
ଯାଜପୁର ଜିଲ୍ଲା ଓଳାଶୁଣୀ ପାହାଡ଼ ନିକଟରେ ଡକାୟତି ଯୋଜନା ପଣ୍ଡ କଲା ବାଲିଚନ୍ଦ୍ରପୁର ପୁଲିସ। ୨ ଯୁବକ ଗିରଫ ହୋଇଥିବା ବେଳେ ବନ୍ଧୁକ, ୩ଟି ଅଫୁଟା ଗୁଳି, ୨ଟି ମ୍ୟାଗାଜିନ୍ ଓ ପଲସର ଜବତ ହୋଇଛି।

ଚଣ୍ଡିଖୋଲ(ଭକ୍ତ ସାହୁ): ଡକାୟତ ପାଇଁ ଯୋଜନା କରୁଥିଲେ, ସୂଚନା ପାଇ ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ଏହା ସତ୍ବେ ୩ଜଣ ଅପରାଧୀ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି। ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ, ଅଫୁଟାଗୁଳି, ମୋଟରସାଇକଲ ଆଦି ଜବତ କରିଛି।
ସୌଜନ୍ୟ ସମ୍ବାଦ




