ରାଜ୍ୟ

Nabarangpur-Jeypore New Railway Line ନବରଙ୍ଗପୁର-ଜୟପୁର ରେଳପଥ ନିର୍ମାଣ ନିମନ୍ତେ ଜମି ହସ୍ତାନ୍ତର

ନବରଙ୍ଗପୁର-ଜୟପୁର ନୂଆ ରେଳପଥ ନିର୍ମାଣ ପାଇଁ ଗାଦବାଗୁଡ଼ା ଗ୍ରାମର ୩୫ ଏକର ଘରୋଇ ଜମି ରେଳ ବିଭାଗକୁ ହସ୍ତାନ୍ତର। ଆଗାମୀ ଦିନରେ ଅନ୍ୟ ଅଞ୍ଚଳର ଜମି ମଧ୍ୟ ହସ୍ତାନ୍ତର ହେବ।

ନବରଙ୍ଗପୁର(ସୁରେଶ ନାଇଡ଼ୁ): ନବରଙ୍ଗପୁର-ଜୟପୁର ନୂତନ ରେଳପଥ ନିର୍ମାଣ ନିମନ୍ତେ ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ସିନ୍ଧିଗୁଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ଗାଦବାଗୁଡ଼ା ଗ୍ରାମର ୩୫ଏକର ଘରୋଇ ଜମିକୁ ରେଳ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ଆଜି ଏକ କାର୍ଯ୍ୟକ୍ରମରେ, ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ, ଅତିରିକ୍ତ ତହସିଲଦାର ବିଶ୍ବଜିତ କରକରା, ରେଳ ବିଭାଗର ଏଇଇ ଏସ ମୁରଲୀଧର, କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ବାରିକ, ସିନ୍ଧିଗୁଡ଼ା ଆରଆଇ ଭି. ଭିରା ରାଜୁ ଏବଂ ନନ୍ଦାହାଣ୍ଡି ତହସିଲ୍ କାଲା ସେଲର ଆରୁଣ ‌ବେହେରା, ପ୍ରପୁଲ୍ଲ ଗୁଣ୍ଠା, ସନାତନ ମିଶ୍ର ଓ ନବୀନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ ନନ୍ଦାହାଣ୍ଡି ତହସିଲ  ପକ୍ଷରୁ ୪୦.୨୦ଏକର ରେଳବାଇକୁ ହସ୍ତାନ୍ତର କରାଯାଇଛି। ଆଗାମୀ ଦିନରେ ଡାଇଭଟ୍ଟା ଓ ସିନ୍ଧିଗୁଡା ଅଂଚଳର ଜମିକୁ ବି ରେଳବିଭାଗକୁ ହସ୍ତାନ୍ତର କରାଯିବ ବୋଲି ତହସିଲଦାର କହିଛନ୍ତି ।  ସାଂସଦ ଇଂ.ବଳଭଦ୍ର ମାଝୀ,ବିଧାୟକ ଗୌରୀଶଙ୍କର ମାଝୀ ଓ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ମଧ୍ୟ ସମାନ କଥା କହିଛନ୍ତି। ସେମାନେ କହିଛନ୍ତି, ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଜମି ରେଳବିଭାଗକୁ ହସ୍ତାନ୍ତର ପରେ ନିର୍ମାଣ କାମ ଆରମ୍ଭ ହେବା ବାଟ ଖୋଲିଯାଇଛି। ଏହି ରେଳପଥ ହେଲେ ଅଂଚଳବାସୀଙ୍କ ଶହ ଶହ ବର୍ଷର ସ୍ବପ୍ନ ପୂରଣ ହେବ ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button