ରାଜ୍ୟ

BDA K-7 Plot ୩୫ ବର୍ଷ ଧରି ଚାଲିଥିବା ବିଡିଏ କେ-୭ ପ୍ଲଟ ବିବାଦର ଅନ୍ତ: ୨ଶହର ଅଧିକ ମାମଲାର ଫୈସଲା

୩୫ ବର୍ଷ ଧରି ଚାଲିଥିବା ବିଡିଏ କେ-୭ ପ୍ଲଟ୍‌ ବିବାଦର ଅନ୍ତ। ୨୦୦ରୁ ଅଧିକ ମାମଲାର ଫଇସଲା ସହ ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ROR ସଂଶୋଧନ ପାଇଁ ନିର୍ଦ୍ଦେଶ।

ଭୁବନେଶ୍ୱର: ଦୀର୍ଘ ୩୫ ବର୍ଷର ଅପେକ୍ଷା, ଦୌଡ଼ାଦୌଡ଼ି ଓ ଯନ୍ତ୍ରଣାର ଅନ୍ତ ଘଟିଛି। କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି। ୨୦୦ରୁ ଅଧିକ ମାମଲାର ଫଇସଲା ହୋଇଥିବା ବେଳେ, ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍‌ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୯୯୧ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିକଶିତ କଳିଙ୍ଗ ନଗର କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ଆବଣ୍ଟନ ପରେ ହିତାଧିକାରୀମାନେ ନିଜ ଜମିକୁ ନେଇ ନିଶ୍ଚିନ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ୱ ରେକର୍ଡରେ ଦେଖାଦେଇଥିବା ଅସଙ୍ଗତି ସେମାନଙ୍କ ପାଇଁ ୩୫ ବର୍ଷର ଦୀର୍ଘ ସମସ୍ୟାର କାରଣ ପାଲଟିଥିଲା।

୨୦୧୩-୧୪ ମସିହାର ଶେଷ ବନ୍ଦୋବସ୍ତ ସମୟରେ ଆବଣ୍ଟିତ ପ୍ଲଟ୍‌ଗୁଡ଼ିକର ROR ରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାମରେ ଭିନ୍ନ ଭିନ୍ନ ଜମି ପରିମାଣ ରେକର୍ଡ ହୋଇଥିଲା। ଫଳରେ ବିଡିଏରୁ ବୈଧ ଭାବେ ପ୍ଲଟ୍ ଆବଣ୍ଟନ ପାଇଥିବା ହିତାଧିକାରୀମାନେ ନିଜ ନାମରେ ROR ପାଇବା ପାଇଁ ବର୍ଷ ବର୍ଷ ଧରି ଅଫିସରୁ ଅଫିସ ଦୌଡ଼ିବା ସହ ଅନେକ ଆର୍ଥିକ ଓ ମାନସିକ ଅସୁବିଧା ଭୋଗିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button