Arrested for Bribe ୫୦ହଜାର ଟଙ୍କା ଲାଞ୍ଚ ନେଇ ମାଥିଲି ଜେଏମ୍ଏଫ୍ସି କୋର୍ଟର ବରିଷ୍ଠ କିରାଣୀ ଗିରଫ
ଦୁଇଟି ଜାମିନବିହୀନ ପରୁୱାନା ମାମଲାରେ ରିହାତି ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଇ ମାଥିଲି ଜେଏମ୍ଏଫ୍ସି କୋର୍ଟର ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ ଭିଜିଲାନ୍ସ ହାତରେ ଗିରଫ।

ଭୁବନେଶ୍ବର: ଦୁଇଟି ଜାମିନବିହୀନ ପରୁୱାନା ମାମଲାରେ ରିହାତି ପ୍ରଦାନ କରିବା ନିମନ୍ତେ ଜଣେ ବ୍ୟକ୍ତିଙ୍କ ନିକଟରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଟିମ୍ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ମାଲକାନଗିରିଜିଲ୍ଲା ମାଥିଲି ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ (ଜେଏମ୍ଏଫ୍ସି) କୋର୍ଟର ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ।
ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଅଭିଯୋଗକାରୀଙ୍କ ସମ୍ପର୍କୀୟ ପୁତୁରା/ଭଣଜାଙ୍କ ବିରୋଧରେ ଲାଗିଥିବା ଦୁଇଟି ଜାମିନବିହୀନ ପରୁୱାନାରେ ରିହାତି ପ୍ରଦାନ କରିବାକୁ ବରିଷ୍ଠକିରାଣୀ ପ୍ରଧାନ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ରଙ୍ଗେହାତ ଧରିବାକୁ ଛକି ବସିଥିଲେ। ଲାଞ୍ଚଟଙ୍କା ଗ୍ରହଣ କରିବା ବେଳେ ଅଚ୍ୟୁତଙ୍କୁ ଟିମ୍ ଧରିଥିଲେ।
ଧରାପଡ଼ିବା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଅଚ୍ୟୁତଙ୍କ ଘରେ ଚଢ଼ାଉ କରାଯାଇଛି। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ନଂ ୨୦/୨୦୨୫ରେ ଏକ ମାମଲା ରୁଜୁ କରାଯାଇ ପରବର୍ତ୍ତୀ ତଦନ୍ତ ଜାରି ରହିଛି।
ସୌଜନ୍ୟ ସମ୍ବାଦ




