ଦେଶ ବିଦେଶ

ଆଇଆରସିଟିସି ମନି ଲଣ୍ଡରିଂ ମାମଲା;ଲାଲୁ, ତେଜସ୍ବୀଙ୍କ ସହ ୯ ଜଣଙ୍କ ବିରୋଧରେ ଅଭିଯୋଗ ଧାର୍ଯ୍ୟ

ନୂଆଦିଲ୍ଲୀ: ଆଇଆରସିଟିସି ମନି ଲଣ୍ଡରିଂ ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପ୍ରତି ସମସ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଗୁରୁବାର ଲାଲୁ, ତାଙ୍କ ସ୍ତ୍ରୀ ରାବିଡି ଦେବୀ, ପୁଅ ତେଜସ୍ବୀ ଯାଦବଙ୍କ ସମେତ ୯ ଜଣଙ୍କ ବିରୋଧରେ ଅଭିଯୋଗ ଧାର୍ଯ୍ୟ କରିଛନ୍ତି। ମନି ଲଣ୍ଡରିଂ ମାମଲାର ଦଫା ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି। ସେହିପରି ୭ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ମୁକ୍ତ କରିଦେଇଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୬ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ଶୁଣାଣି ସମୟରେ ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗନେ କହିଥିଲେ ଯେ କିଛି ସନ୍ଦେହଜନକ କାରବାର ଚାଲିଥିବା ସ୍ପଷ୍ଟ ଜଣାପଡୁଛି। ଏହି ଦୁର୍ନୀତିରୁ ମିଳିିଥିବା ଅର୍ଥ ଯାଦବ ପରିବାର ନାମରେ ଆସିଥିଲା। ରାବିଡି ଓ ତେଜସ୍ବୀ ନିଜ ପଦର ଅପବ୍ୟବହାର ଓ ଅପରାଧରୁ ମିଳୁଥିବା ଆୟ ଉପଭୋଗ କରିଥିବା ଜଣାପଡୁଛି। ଲାଲୁ କହିବାରୁ ୨୦୦୫ରୁ ୨୦୧୪ ମଧ୍ୟରେ ପାଟନାରେ ଥିବା ଜମିକୁ ଉଭୟଙ୍କ ନାମରେ ସ୍ଥାନାନ୍ତର କରାଯାଇଥିଲା। ତେବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏହି ମାମଲା କରାଯାଇଥିବା ଦାବିକୁ କୋର୍ଟ ଖଣ୍ଡନ କରିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button