ରାଜ୍ୟ
Political: ରମ୍ଭାରେ ଉଗ୍ର ହେଉଛି ରାଜନୈତିକ ଗୋଷ୍ଠୀ କନ୍ଦଳ: ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ କାର ପୋଡ଼ି ଦେଲେ
ଗଞ୍ଜାମ ଜିଲ୍ଲା ରମ୍ଭାରେ ରାଜନୈତିକ ଗୋଷ୍ଠୀ କନ୍ଦଳ ଓ ହିଂସା ଉଗ୍ର ରୂପ ନେଉଛି। ଗତ ସୋମବାର ରାତିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଖଣ୍ଡାରେ ଜଣେ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ମାମଲାରେ ମଙ୍ଗଳବାର ୨ ଜଣ ଗିରଫ ହୋଇଥିଲେ।

ହୁମ୍ମା: ଗଞ୍ଜାମଜିଲ୍ଲା ରମ୍ଭାରେ ରାଜନୈତିକ ଗୋଷ୍ଠୀ କନ୍ଦଳ ଓ ହିଂସା ଉଗ୍ର ରୂପ ନେଉଛି। ଗତ ସୋମବାର ରାତିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଖଣ୍ଡାରେ ଜଣେ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ମାମଲାରେ ମଙ୍ଗଳବାର ୨ ଜଣ ଗିରଫ ହୋଇଥିଲେ। ଏହାର ଦିନକ ପରେ ବୁଧବାର ବିଳମ୍ବିତ ରାତିରେ ରମ୍ଭାମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ସାହୁଙ୍କ କାରକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ସନ୍ତୋଷଙ୍କ ଖୁଡ଼ୀ ଏ ନେଇ ରମ୍ଭା ଥାନାରେ ପୂର୍ବତନ ନଗର ମଣ୍ଡଳ ସଭାପତି ସୀମାଞ୍ଚଳ ବାଡ଼ତ୍ୟାଙ୍କ ସମେତ ମୋଟ ୭ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ସନ୍ତୋଷଙ୍କ କାର (ୟୁପି୧୬ଏସି-୮୯୨୨) ଚିଲିକା କୂଳ ବଡ଼ଦାଣ୍ଡ ସାହି ନିକଟରେ ରଖାଯାଇଥିଲା।
ସୌଜନ୍ୟ ସମ୍ବାଦ




