ଜାତୀୟ

BRICS Summit Schedule : ମୋଦି-ଜିନପିଙ୍ଗ ଭେଟଘାଟ ଠୁ ଡିନର ଯାଏଁ… ଜାଣନ୍ତୁ ବ୍ରିକ୍ସ ସମିଟର ପୁରା ପାୱାର ସିଡ୍ୟୁଲ୍

ନୂଆଦିଲ୍ଲୀ, ୧୨/୯ : ନୂଆଦିଲ୍ଳୀର ଭାରତ ମଣ୍ଡପମରେ ଆଜି ଠାରୁ ଦୁଇ ଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେଉଛି । ଏଥିପାଇଁ ଦିଲ୍ଲୀ ବିଦେଶୀ ଅତିଥିଙ୍କ ଗହଳି ଲାଗିଲାଣି । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ଇରାନ ରାଷ୍ଟ୍ରପତି ମସୁଦ ପେଜେସକିୟାନଙ୍କ ସମେତ ବହୁ ପ୍ରଭାବଶାଳୀ ନେତୃତ୍ଵ ଦିଲ୍ଲୀରେ ଡେରା ପକାଇଛନ୍ତି । ସେହିପରି ଆଜି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ଦିଲ୍ଲୀରେ ପହଞ୍ଚିବେ । ଜିନପିଙ୍ଗଙ୍କ ସମେତ ବ୍ରିକ୍ସ ସମିଟ୍ ରେ ସାମିଲ ହେବାକୁ ଥିବା ଅନ୍ୟାନ୍ୟ ରାଷ୍ଟ୍ରାଧ୍ୟକ୍ଷ ଏବଂ ସେମାନଙ୍କ ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହି କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ । ଏଥିପାଇଁ ସକାଳ ୧୦ଟାରେ ମୋଦି ହାଇଦ୍ରାବାଦ ହାଉସ୍ ରେ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କ ସହ ବୈଠକ କରିବେ । ଏହାପରେ ସକାଳ ସାଢେ ୧୦ଟାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ଏବଂ ୧୧ଟାରେ ଅବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ସହ ବୈଠକ କରିବେ । ଏହାପରେ ସାଢେ ୧୧ଟାରେ ଭିଏତନାମା ପ୍ରଧାନମନ୍ତ୍ରୀ ଲେ ମିନ ହୁଙ୍ଗଙ୍କ ସହ ଆଲୋଚନା କରିବେ ।

ଆଜି ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ସହ ବୈଠକ କରିବେ । ଦ୍ଵିପ୍ରହର ୨ଟା ୩୫ରେ ବ୍ରିକ୍ସ ସଦସ୍ୟ ଦେଶଙ୍କ ବୈଠକ ଆରମ୍ଭ ହେବ । ଏହାପରେ ବ୍ରିକ୍ସ ଲିଡର ସନ୍ଧ୍ୟା ୪ଟା ୨୫ରେ ଭାରତ ଇନୋଭେଟସ୍ ଏକଜିଭିସନ ଦେଖିବାକୁ ଯିବେ । ଏହାପରେ ସନ୍ଧ୍ୟା ୫ଟା ୫ରେ ଅଫିସିଆଲ ଫ୍ୟାମିଲି ଫଟୋଗ୍ରାଫ୍ ସେସନ ହେବ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ତେବେ ଚୀନ ରାଷ୍ଟ୍ରପତିଙ୍କ ସହ ଜିନପିଙ୍ଗ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ । ସନ୍ଧ୍ୟା ୫ଟା ୪୫ରେ ଭାରତ ମଣ୍ଡମରେ ଦୁଇ ନେତା ଆଲୋଚନା କରିବେ । ଭାରତ ଏବଂ ଚୀନ ଆଲୋଚନା ଉପରେ ଏବେ ସାରା ବିଶ୍ଵର ସମସ୍ତଙ୍କର ନଜର ରହିଛି ।

ଶନିବାର ସନ୍ଦ୍ୟା ସାଢେ ୭ଟାରେ ବ୍ରିକ୍ସ ରାଷ୍ଟ୍ରାଧ୍ୟକ୍ଷଙ୍କ ଡିନର ପାର୍ଟି ହେବ । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଭବ୍ୟ ଆୟୋଜନ କରିଛନ୍ତି । ୧୪ ରୁ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେହିପରି ଟ୍ରାଫିକ୍ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀମାନେ ଏକ ବସ୍ ଯୋଗେ ଭାରତ ମଣ୍ଡପ ଆସିବେ । ଏମାନେ ସନ୍ଧ୍ୟା ୫ଟାରୁ ସାଢେ ୫ଟା ମଧ୍ୟରେ ସଂସଦ ଭବନରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହାପରେ ସମସ୍ତେ ମିଶି ପ୍ରାୟ ୬ଟା ବେଳେ ଭାରତ ମଣ୍ଡପ ଅଭିମୁଖେ ବାହାରିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button