ରାଜ୍ୟ

Odisha SIR 2026 ଓଡ଼ିଶା ଏସ୍‌ଆଇଆର୍‌ -୨୦୨୬: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଓଡ଼ିଶାରେ ଏସ୍‌ଆଇଆର୍‌-୨୦୨୬ ପ୍ରକ୍ରିୟା ଶେଷ ପରେ ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ମତଦାନ କେନ୍ଦ୍ର, ଇଆର୍‌ଓ ଓ ଏଇଆର୍‌ଓ କାର୍ଯ୍ୟାଳୟ ସହ ଅଧିକାରିକ ୱେବସାଇଟ୍‌ରେ ତାଲିକା ଉପଲବ୍ଧ ରହିଛି।

ଭୁବନେଶ୍ୱର : ଓଡ଼ିଶାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬’ ପ୍ରକ୍ରିୟା ଶେଷ ହୋଇଛି। ଆଜି(ସୋମବାର) ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ଆର୍‌ ଏସ୍‌ ଗୋପାଲନ ବୈଠକରେ ଆଲୋଚନା କରିଛନ୍ତି।

ବୈଠକ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଲନ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାର ଗୋଟିଏ ଲେଖାଏଁ ଅବିକଳ ସଫ୍ଟ/ହାର୍ଡ କପି ପ୍ରଦାନ କରିଥିଲେ।

ସ୍ୱତନ୍ତ୍ର ସଘନ ସଂଶୋଧନ , ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଛି। ଏହା ୨୧.୦୯.୨୦୨୬ରୁ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (EROs) ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AEROs)ଙ୍କ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ମଧ୍ୟ ଉପଲବ୍ଧ ରହିବ। ଚୂଡ଼ାନ୍ତ ଭୋଟର ତାଲିକାର ନକଲ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଇଛି। ଏହା ସହିତ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ଗୁଡ଼ିକରେ ଯଥା: https://voters.eci.gov.in ଏବଂ https://ceoodisha.nic.in  ମଧ୍ୟ ଉପଲବ୍ଧ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button