ଦେଶ ବିଦେଶ
Flight service: ବିମାନରେ ଧୂଆଁ, ଲଣ୍ଡନରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଫେରିଗଲା ହିଥ୍ରୋ
ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଉଡ଼ାଣର କିଛି ସମୟ ପରେ ଧୂଆଁ ଦେଖାଯିବାରୁ ଏହାକୁ ଲଣ୍ଡନ ଫେରାଇ ନିଆଯାଇଛି। ବୋଇଂ ୭୮୭-୯ ଡ୍ରିମଲାଇନର୍ ବିମାନରେ ୨୫୦ରୁ ଅଧିକ ଯାତ୍ରୀ ଥିଲେ।

ନୂଆଦିଲ୍ଲୀ: ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଉଡ଼ାଣର କିଛି ସମୟ ପରେ ଧୂଆଁ ଦେଖାଯିବାରୁ ଏହାକୁ ଲଣ୍ଡନ ଫେରାଇ ନିଆଯାଇଛି। ବୋଇଂ ୭୮୭-୯ ଡ୍ରିମଲାଇନର୍ ବିମାନରେ ୨୫୦ରୁ ଅଧିକ ଯାତ୍ରୀ ଥିଲେ। ପାଇଲଟ୍ ଜରୁରୀ ପରିସ୍ଥିତି ଘୋଷଣା କରିବା ପରେ ବିମାନକୁ ହିଥ୍ରୋ ବିମାନବନ୍ଦରରେ ପ୍ରାଥମିକତା ଦେଇ ଅବତରଣ କରିବାକୁ ଅନୁମତି ମିଳିଥିଲା। ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ।
ସୌଜନ୍ୟ ସମ୍ବାଦ




