ରାଜ୍ୟ

Dead: ଛାତରୁ ଖସି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଛାତରୁ ଖସି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, କୃଷ୍ଣ ନାମକ ଏହି ଛାତ୍ର ଗୁରୁବାର...

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଛାତରୁ ଖସି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, କୃଷ୍ଣ ନାମକ ଏହି ଛାତ୍ର ଗୁରୁବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ଘର ଛାତ ଉପରେ ବସି ମୋବାଇଲ ଦେଖୁଥିଲେ। ହଠାତ୍ ବର୍ଷା ଆରମ୍ଭ ହେବାରୁ ସେ ତଳକୁ ଆସୁଥିବା ବେଳେ ଓଦା ଛାତରେ ଗୋଡ଼ ଖସି ତଳକୁ ପଡ଼ିଯାଇଥିଲେ।

ମୃତ କୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲାର ପଟିଗୁଡା ଗ୍ରାମରେ ହୋଇଥିବା ବେଳେ ସେ ଛୋଟବେଳୁ ଚନ୍ଦ୍ରଗିରିସ୍ଥିତ ମାମୁଁଘରେ ରହି ପାଠପଢ଼ା କରୁଥିଲେ। ସେ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ। ଜଣେ ମେଳାପୀ, ଭଦ୍ର ଓ ମେଧାବୀ ଛାତ୍ର ଭାବେ ସେ ସମସ୍ତଙ୍କ ପ୍ରିୟ ଥିବାରୁ ତାଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ ସହ ସମଗ୍ର ଚନ୍ଦ୍ରଗିରି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button