ଜାତୀୟ

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛି। ଭିଡିଓରେ ଅନୁସୂୟା ଗୋସ୍ବାମୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାସଭବନ ବାହାରେ ମୁଣ୍ଡ ନୁଆଁଇ ନମସ୍କାର ହେଉଥିବା ଦେଖାଯାଉଥିବା ଦାବି କରାଯାଉଛି। ଭିଡିଓଟି ସାମ୍ନାକୁ ଆସିବା ପରେ କୋଟାରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।

ଭାଇରାଲ ଭିଡିଓକୁ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସରା ସୋସିଆଲ ମିଡିଆରେ ଶେୟାର କରିଥିବା ଭାଜପାକୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ମେୟରଙ୍କ ପ୍ରାଥମିକ ଜବାବଦେହିତା ଜନତାଙ୍କ ପ୍ରତି ନା ରାଜନୈତିକ ନେତୃତ୍ୱ ପ୍ରତିସେନେଇ ପ୍ରଶ୍ନ ଉଠାଯାଇଛି। ଭିଡିଓରେ ଯେଉଁ ସ୍ଥାନରେ ଅନୁସୂୟା ଗୋସ୍ବାମୀ ଦେଖାଯାଉଛନ୍ତି, ସେଠାରେ ‘ବୈକୁଣ୍ଠ ନିବାସ’ ଲେଖାଥିବା ଏକ ପଟି ଦେଖିବାକୁ ମିଳୁଛି। ଏହା ଓମ ବିର୍ଲାଙ୍କ ବ୍ୟକ୍ତିଗତ ବାସଭବନ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଭିଡିଓରେ ଓମ ବିର୍ଲା ଓ ତାଙ୍କ ବଡ଼ ଭାଇ ହରିକୃଷ୍ଣ ବିର୍ଲାଙ୍କ ନାଁରେ ସ୍ଲୋଗାନ ଦିଆଯାଉଥିବା କଥା ମଧ୍ୟ ରିପୋର୍ଟ ହୋଇଛି।

ସେପ୍ଟେମ୍ବର ୨୫ରେ କୋଟା ନଗର ନିଗମର ମେୟର ନିର୍ବାଚନ ହୋଇଥିଲା। ଏଥିରେ ଭାଜପା ପ୍ରାର୍ଥୀ ଅନୁସୂୟା ଗୋସ୍ବାମୀ କଂଗ୍ରେସ ପ୍ରାର୍ଥୀ ସୁନୀତା ସୁମନଙ୍କୁ ପରାସ୍ତ କରିଥିଲେ। ଅନୁସୂୟାଙ୍କୁ ୬୫ଟି ଭୋଟ ମିଳିଥିବା ବେଳେ ସୁନୀତାଙ୍କୁ ୩୫ଟି ଭୋଟ ମିଳିଥିଲା।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button