ରାଜ୍ୟ

Salandi Canal: ଅଧାପନ୍ତରିଆ ସାଳନ୍ଦୀ କେନାଲ କାମ ପାଇଁ ଜଳବନ୍ଦୀ ୧୫ ପରିବାର, ଘରେ ପଶିଲା ପାଣି

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ପଞ୍ଚାୟତରେ ଅଧାପନ୍ତରିଆ ସାଳନ୍ଦୀ କେନାଲ କାମ ଯୋଗୁଁ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। କେନାଲରେ ପାଣି ନିଷ୍କାସନ ହୋଇନପାରିବାରୁ କୁଶଗଡ଼ିଆ ଗ୍ରାମର ୧୫ଟି ପରିବାରଙ୍କ ଘରେ ବନ୍ୟା ଜଳ ପଶିଛି।

ସୋର: ସୋର ବ୍ଲକ କେଶରୀପୁର ପଞ୍ଚାୟତ ମଧ୍ୟଦେଇ ଯାଇଥିବା ସାଳନ୍ଦୀ କେନାଲର କାମ ଏବେବି ଶେଷ ହୋଇନାହିଁ। ଫଳରେ କେନାଲରେ ପାଣି ନିଷ୍କାସନ ନହେବାରୁ ପାଣି ଉଛୁଳି ଲୋକଙ୍କ ଘରେ ପଶିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ; ଦୀର୍ଘଦିନ ଧରି ଚାଲିଥିବା ସାଳନ୍ଦୀ କେନାଲର କାମ ଏବେବି ଶେଷ ହୋଇପାରିନାହିଁ। ଫଳରେ ପାଣି ନିଷ୍କାସନର ରାସ୍ତା ଖୋଲିନଥିବାରୁ ଅନେକ ସମୟରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାକୁ ସମ୍ମୁଖିନ ହେଉଛନ୍ତି। ଗତକାଲି ଠାରୁ ଉପର ମୁଣ୍ଡରୁ ଅତ୍ୟଧିକ ପାଣି କେନାଲରେ ଆସିବା ଫଳରେ ସୋର ବ୍ଲକ କେଶରୀପୁର ପଞ୍ଚାୟତ କୁଶଗଡିଆ ଗ୍ରାମରେ କେନାଲ ପାଣି ପଶିଥିଲା। ପାଣିର ମାତ୍ରା ଏତେ ଅଧିକ ଥିଲା ଯେ କୁଶଗଡିଆ ଗ୍ରାମର କୃଷ୍ଣ ମଳିକ, ମହେନ୍ଦ୍ର ମଳିକ, କୈଳାଶ ମଳିକ ଓ କରୁଣାକର ମଳିକଙ୍କ ସମେତ ୧୫ଟି ପରିବାରର  ଲୋକଙ୍କ ଘରେ ପାଣି ପଶବାରୁ  ଘରେ ଥିବା ଆସବାବ ପତ୍ର ଓ ଖାଦ୍ୟସାମଗ୍ରୀ ନଷ୍ଟ ହୋଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାକୁ ସମ୍ମୁଖିନ ହୋଇଛନ୍ତି।

ଖବର ପାଇ କେଶରୀପୁର ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ବିଶ୍ୱାଳ ଓ ମୁକେଶ ମଲିକ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ସହାୟତା ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାତ୍ର  ଖବର ଲେଖାଯିବା ପର୍ଯ୍ୟନ୍ତ ସୋର ବିଡ଼ିଓ ସୁବ୍ରତ ବେହେରା ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ମିଳିତ ଭାବେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବା ଦେଖାଯାଇଛି। ଏପରି ସମୟରେ ସୋର  ବିଡ଼ିଓ ଲୋକଙ୍କୁ ସହଯୋଗ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button