ରାଜ୍ୟ

Odisha flood : ମୁଣ୍ଡଳୀରେ ବଢୁଛି ଜଳ ସ୍ତର ବାଙ୍କୀ,ତିଗିରିଆର ତଳିଆ ଅଞ୍ଚଳରେ ପଶିଲା ପାଣି

କଟକ, ୨୯\୯: ମହାନଦୀରେ ଚଳିତ ବର୍ଷର ଚତୁର୍ଥ ବନ୍ୟା ଆସିଥିବା ବେଳେ କଟକ ମୁଣ୍ଡଳୀରେ ବନ୍ୟାଜଳ ପ୍ରବାହ ୮ ଲକ୍ଷ ଘନଫୁଟ୍ (ପ୍ରତି ସେକେଣ୍ଡ ପିଛା) ଛୁଇଁବାକୁ ଯାଉଛି । ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଚାଲିଥିବାରୁ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକ ଫୁଲିବା ସହ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର କିଛି ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି ।

ଜଳସମ୍ପଦ ବିଭାଗ ପକ୍ଷରୁ ମୁଣ୍ଡଳୀରେ ପ୍ରବାହକୁ ୮ ଲକ୍ଷ ଘନଫୁଟ ତଳେ ରଖିବାକୁ ଉଦ୍ୟମ ଚାଲିଥିଲେ ମଧ୍ୟ ଉପରମୁଣ୍ଡରୁ ଆସୁଥିବା ଜଳ ଯୋଗୁଁ ପରିସ୍ଥିତି ଉପରେ ନଜର ରହିଛି । କଟକ ଜିଲ୍ଲା ବଡ଼ମ୍ୱା ସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ପୀଠରେ ବନ୍ୟାଜଳ ପଶିଛି । ମନ୍ଦିରର ଗର୍ଭଗୃହରେ ପାଣି ପ୍ରବେଶ କରିବା ପରେ ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ବିଗ୍ରହକୁ ରୋଷଘରକୁ ସ୍ଥାନାନ୍ତର କରାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ଆଠଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଟ୍ଟାରିକା ପୀଠ, ବାବା ସିଂହନାଥ ପୀଠ ଏବଂ ଟି ସେତୁ ପରିସରରେ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button