ରାଜ୍ୟ
Odia Engineer Ashok Basa ଓଡ଼ିଆ ଇଞ୍ଜିନିୟର ଅଶୋକ ବସା ଡବ୍ଲ୍ୟୁଏଫଇଓର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ
ଓଡ଼ିଆ ଇଞ୍ଜିନିୟର ଅଶୋକ ବସା ୨୦୨୭ ଶେଷ ପର୍ଯ୍ୟନ୍ତ ଡବ୍ଲ୍ୟୁଏଫଇଓର ଆଭ୍ୟନ୍ତରୀଣ ଅଡିଟ୍ କମିଟି ଅଧ୍ୟକ୍ଷ ରହିବେ।

ଭୁବନେଶ୍ୱର: ବିଶ୍ୱସ୍ତରରେ ଭାରତର ଇଞ୍ଜିନିୟରିଂ ନେତୃତ୍ୱ ପାଇଁ ଏକ ଗୌରବମୟ ସ୍ୱୀକୃତି ସ୍ୱରୂପରେ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ର ପୂର୍ବତନ ସଭାପତି ତଥା ପ୍ରତିଷ୍ଠିତ ଓଡ଼ିଆ ଇଞ୍ଜିନିୟର ଅଶୋକ ବସାଙ୍କୁ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସ (ଡବ୍ଲ୍ୟୁଏଫଇଓ) ର ଆଭ୍ୟନ୍ତରୀଣ ଅଡିଟ୍ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।
ଡବ୍ଲ୍ୟୁ.ଏଫ.ଇ.ଓ. ପକ୍ଷରୁ ଏହି ନିଯୁକ୍ତି ୨୮ ସେପ୍ଟେମ୍ବର ୨୦୨୬ରୁ କାର୍ଯ୍ୟକାରୀ ହୋଇଛି ଏବଂ ଏହି କମିଟିର ନିର୍ଦ୍ଧାରିତ କାର୍ଯ୍ୟକାଳ ୨୦୨୭ ମସିହା ଶେଷ ପର୍ଯ୍ୟନ୍ତ ରହିବ । ଡବ୍ଲ୍ୟୁ.ଏଫ.ଇ.ଓ. ପକ୍ଷରୁ ଏହି ଆଭ୍ୟନ୍ତରୀଣ ଅଡିଟ୍ କମିଟି ପ୍ରଥମ ଥର ପାଇଁ ଗଠନ କରାଯାଇଥିବାରୁ, ଇଂ. ଅଶୋକ ବସା ଏହାର ପ୍ରଥମ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି ।
ସୌଜନ୍ୟ ସମ୍ବାଦ




