ଜାତୀୟ

Attack On Police: ମଧ୍ୟପ୍ରଦେଶରେ ଓଡ଼ିଶା ପୁଲିସକୁ ଆକ୍ରମଣ,ଗୁଳିମାଡ଼ କରି ଗଞ୍ଜେଇ ମାଫିଆକୁ ଛଡ଼ାଇ ନେଲେ

  • ପୁଲିସ ଗାଡ଼ିକୁ ଭାଙ୍ଗିଲେ, ଲଙ୍କାଗୁଣ୍ଡ ସ୍ପ୍ରେ କଲେ
  • ଏକେ-୪୭, ପିସ୍ତଲ ଧରି ମଧ୍ୟ ପୁଲିସ ଥିଲା ନାଚାର
  • ରିୱା କୋର୍ଟରେ ହାଜର ପାଇଁ ମାଫିଆକୁ ନିଆଯାଉଥିଲା

ଭୋପାଳ/ଭୁବନେଶ୍ୱର, ୩୦\୯ :  ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ମଙ୍ଗଳବାର ଓଡ଼ିଶା ପୁଲିସର ଏକ ଟିମ୍ ଉପରେ ଆକ୍ରମଣ ହୋଇଛି । ୪ଟି ଗାଡ଼ିରେ ଆସିଥିବା ଦୁବୃ ର୍ତ୍ତମାନେ ପୁଲିସ ଗାଡ଼ିକୁ ଘେରି ଗୁଳିମାଡ଼ କରିବା ସହ ଜଣେ ଗଞ୍ଜେଇ ମାଫିଆକୁ ଛଡାଇ ନେଇଛନ୍ତି । ଏହି ଘଟଣା ପୂର୍ବାହ୍ନ ୧୧ଟା ୩୦ରେ ଘଟିଛି । ସୂଚନା ମିଳିବା ପରେ ସିଧି ଓ ରିୱାରୁ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି । ଫେରାର ମାଫିଆ ଓ ଆକ୍ରମଣକାରୀଙ୍କୁ ଠାବ କରିବାକୁ ଅନେକ ଅଫିସରଙ୍କୁ ମୁତୟନ କରାଯାଇଛି । କନ୍ଧମାଳ ପୁଲିସର ଏକ ଟିମ୍ ଏନଡିପିଏସ୍ ଆଇନରେ ଗତ ଜୁନ୍ ୩୦ ତାରିଖରେ ମଧ୍ୟପ୍ରଦେଶରୁ ଗଞ୍ଜେଇ ମାଫିଆ ଆଦିତ୍ୟ ମିଶ୍ର ଓରଫ ରାକେଶ ଓରଫ ସାୱରିୟାକୁ ଗିରଫ କରି ଓଡ଼ିଶା ଆଣିଥିଲା । ରିମାଣ୍ଡ ସମୟ ଶେଷ ହୋଇଥିବାରୁ ତାକୁ ପୁନର୍ବାର ରିୱା ଜିଲ୍ଲା କୋର୍ଟରେ ହାଜର କରାଇବାକୁ ନିଆଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button