ଦେଶ ବିଦେଶ
ଇଣ୍ଡିମେଣ୍ଟରେ ଯୋଗ ଦେବାବାପାଇଁ ଟିମ୍ ଋତବ୍ରତ ପ୍ରସ୍ତୁତ; ମମତାଙ୍କୁ ହଟାଇବାପାଇଁ ସର୍ତ୍ତ
ମମତାଙ୍କୁ ଇଣ୍ଡି ମେଣ୍ଟରୁ ବାହାର କରିବା ଉପରେ ବିଚାର କରିବାପାଇଁ ଡିଟିସି ଚିଫ୍ ହ୍ବିପ୍ ଏମ୍ଡି ଅଖରୁଜ୍ଜମାନ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି । ମମତା ବିଜେପିକୁ ସୁହାଇବାଭଳି କାମ କରୁଛନ୍ତି ବୋଲି ଡିଟିସି ଚିଫ୍ ହ୍ବିପ୍ କହିଛନ୍ତି ।

ନୂଆଦିଲ୍ଲୀ : ଭୋଟର ତାଲିକାର ଏସ୍ଆଇଆର (ସ୍ବତନ୍ତ୍ର ସଘନ ସଂଶୋଧନ)କୁ ନେଇ ତୀବ୍ର ରାଜନୈତିକ ବିବାଦ ମଧ୍ୟରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ଡିଟିସି (ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ) ବିରୋଧୀ ଇଣ୍ଡିମେଣ୍ଟରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରିଛି । କିନ୍ତୁ ଏହା ଏକ ସର୍ତ୍ତ ରଖିଛି ଏବଂ ତାହା ହେଉଛି ମମତା ବାନାର୍ଜୀ ମେଣ୍ଟରୁ ହଟିବେ । ମମତାଙ୍କୁ ଇଣ୍ଡି ମେଣ୍ଟରୁ ବାହାର କରିବା ଉପରେ ବିଚାର କରିବାପାଇଁ ଡିଟିସି ଚିଫ୍ ହ୍ବିପ୍ ଏମ୍ଡି ଅଖରୁଜ୍ଜମାନ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି । ମମତା ବିଜେପିକୁ ସୁହାଇବାଭଳି କାମ କରୁଛନ୍ତି ବୋଲି ଡିଟିସି ଚିଫ୍ ହ୍ବିପ୍ କହିଛନ୍ତି ।
ସୌଜନ୍ୟ ସମ୍ବାଦ




