ଦେଶ ବିଦେଶ
ଇଥିଓପିଆରେ ପଣବନ୍ଦୀ ଥିବା ୩ ଗୁଜରାଟୀ ସୁରକ୍ଷିତ ଘରକୁ ଫେରିଲେ
ଗୃହ ମନ୍ତ୍ରାଳୟର ହସ୍ତକ୍ଷେପ ଓ ପୁଲିସର ସହଯୋଗ ପରେ ତିନିଜଣ ମୁକ୍ତ ହୋଇ ମୁମ୍ବାଇ ଫେରିଥିଲେ । ସେଠାରୁ ପରିବାର ସଦସ୍ୟ ସେମାନଙ୍କୁ ଘରକୁ ନେଇଥିଲେ । ତିନିଜଣ ପରସ୍ପରର ସମ୍ପର୍କୀୟ ବୋଲି ଜଣାପଡ଼ିଛି ।

ନୂଆଦିଲ୍ଲୀ : ଇଥିଓପିଆରେ ବେଆଇନ ଭାବେ ପଣବନ୍ଦୀ ଥିବା ଉତ୍ତର ଗୁଜରାଟର ୩ ଜଣ ବ୍ୟକ୍ତି ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି । ଏଜେଣ୍ଟ୍ମାନେ ସେମାନଙ୍କୁ ବେଆଇନ ଉପାୟରେ ଆମେରିକା ପଠାଇବାର ପ୍ରଲୋଭନ ଦେଖାଇ ନେଇଥିଲେ । ମେହସାନାର ଋତ୍ୱିକ୍ ଜନସାରି, ଗୋଜାରିଆର ମମତା ଚାବଡ଼ା ଓ ଗାନ୍ଧୀନଗରର ମୟୂରୀଙ୍କୁ ଇଥିଓପିଆରେ ପହଞ୍ଚିବା ପରେ ବନ୍ଧକ ରଖାଯାଇଥିଲା । ସେମାନଙ୍କ ମୁକ୍ତି ବଦଳରେ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା ।
ସୌଜନ୍ୟ ସମ୍ବାଦ




