ଖେଳ

IND VS WI: ଭାରତର ବିରାଟ ବିଜୟ ପାଣିଚିଆ; ଶେଷ ଲଢେଇରୁ ବାଦ୍ କ୍ରିଷ୍ଣା, ଏହି ଷ୍ଟାରଙ୍କୁ ଡ଼କରା

ନୂଆଦିଲ୍ଲୀ,୦୨/୧୦; ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଆହତ ହୋଇଛନ୍ତି ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା । ଶନିବାର ହେବାକୁ ଥିବା ତୃତୀୟ ଦିନିକିଆରୁ ତାଙ୍କୁ ବାଦ ଦିଆଯାଇଛି । ପ୍ରସିଦ୍ଧଙ୍କ ସ୍ଥାନରେ ପେସ୍ ବୋଲ ଅଂଶୁଲ କାମ୍ବୋଜଙ୍କୁ ଡ଼ାକରା ମିଳିଛି । ଗୌହାଟୀରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ସେ ଆହତ ହୋଇଥିଲେ । ଫିଲ୍ଡିଂ କରୁଥିବା ସମୟରେ ୩୧ତମ ଓଭରରେ ତାଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା । ସେ ଉକ୍ତ ମ୍ୟାଚରେ ୫ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ । ଭାରତ ଏ ଓ ଅଷ୍ଟ୍ରେଲିଆ ଏ’ ମଧ୍ୟରେ ପୁଡ଼ୁଚେରୀରେ ଖେଳାଯାଉଥିବା ଦ୍ୱିତୀୟ ଅନଫିସିଆଲ ଟେଷ୍ଟରେ କାମ୍ବୋଜ ଏକାଦଶର ସଦସ୍ୟ ରହିଥିଲେ । ଦ୍ୱିତୀୟ ଇନିଂସରେ ସେ ୨ ଓଭର ବୋଲିଂ କରିଥିବା ସମୟରେ ସିନିୟର ଦଳରୁ ଡ଼ାକରା ମିଳିଥିବାର ଖବର ପାଇଥିଲେ । ଏହାପରେ ସେ ଦଳ ଛାଡ଼ି ଚଣ୍ଡୀଗଡ଼ ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କ ଅନୁପସ୍ଥିତିରେ ପ୍ରଫୁଲ୍ଲ ହିଙ୍ଗେଙ୍କୁ ଦ୍ୱିତୀୟ ଇନିଂସ ଖେଳିବା ପାଇଁ ଏକାଦଶରେ ସାମିଲ କରାଯାଇଥିଲା । ସେ ମଧ୍ୟ ୭ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ ।

ଭାରତ ଏର ମ୍ୟାଚ୍ ଭିତରେ ଟିମ୍ ଇଣ୍ଡିଆ ସହ ଯୋଡି ହୋଇଛନ୍ତି ଅଂଶୁଲ କାମ୍ବୋଜ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ରିପ୍ଲେସମେଣ୍ଟ ହେବେ । ଅଷ୍ଟ୍ରେଲିଆ ଏ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ୍ ୪ ଦିନିଆ ମ୍ୟାଚ୍ ପାଇଁ କାମ୍ବୋଜ ପ୍ଲେ-୧୧ରେ ସାମିଲ ହୋଇଥିଲେ । ଏବେ ସେ ମଝିରେ ମ୍ୟାଚ ଛାଡ଼ି ଟିମ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନିକିଆ ଅକ୍ଟୋବର ୩ ତାରିଖରେ ମୁଲାନପୁରରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ କୃଷ୍ଣଙ୍କ ସ୍ଥାନରେ କାମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି । ଦ୍ୱିତୀୟ ମ୍ୟାଚ୍ ରେ କ୍ରିଷ୍ଣା ହାମଷ୍ଟ୍ରିଙ୍ଗ୍ ଆଘାତରେ ଆଘାତ ପାଇଥିଲେ, ଯେଉଁଥିପାଇଁ ସେ ବାଦ୍ ପଡ଼ିଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button