Kottavalasa-Koraput Doubling Project: କୋଟାଭାଲାସା–କୋରାପୁଟ ଦୋହରୀକରଣ: ସୁଡ଼ଙ୍ଗ ନମ୍ବର ୪୧-୪୧ଏର ଖନନ ଶେଷ
କୋଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ୮୨୯ ମିଟର ଲମ୍ବା ସୁଡ଼ଙ୍ଗ ୪୧-୪୧ଏର ବ୍ରେକଥ୍ରୁ ସଫଳ। ଶତ ପ୍ରତିଶତ ଆଲାଇନମେଣ୍ଟ ସହ ଖନନ ଶେଷ।

ଭୁବନେଶ୍ୱର: ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କୋଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ବୋରା ଗୁହାଲୁ ଓ କରକାଭାଲାସା ଷ୍ଟେସନ ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର ୪୧-୪୧ଏ ର ସଫଳ ବ୍ରେକଥ୍ରୁ (ଖନନ କାର୍ଯ୍ୟ )ସଫଳତାର ସହକାରେ ଶେଷ ହୋଇଛି।
୧ ଅକ୍ଟୋବର ୨୦୨୬ରେ ଏହି ବ୍ରେକଥ୍ରୁ ଶତ ପ୍ରତିଶତ ଆଲାଇନମେଣ୍ଟ ସହ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି। ମୋଟ ୮୨୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସୁଡ଼ଙ୍ଗକୁ ଅଶ୍ୱଖୁରା (horseshoe) ଆକୃତିରେ ନିର୍ମାଣ କରାଯାଇଛି ଏବଂ ଏହାର ଆଲାଇନମେଣ୍ଟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ବକ୍ରତା ରହିଛି। ବୋରା ଗୁହାଲୁ–କରକାଭାଲାସା ବ୍ଲକ୍ ସେକ୍ସନରେ ଏହି ସୁଡ଼ଙ୍ଗର ବ୍ରେକଥ୍ରୁ ସଫଳତାର ସହିତ ସମ୍ପନ୍ନ ହୋଇଛି।
ସୁଡ଼ଙ୍ଗ ନମ୍ବର ୪୧-୪୧ଏର ସଫଳ ବ୍ରେକଥ୍ରୁ ଦୁର୍ଗମ ଭୂଖଣ୍ଡରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ ସଫଳତା। ନିର୍ଦ୍ଧାରିତ ଆଲାଇନମେଣ୍ଟରେ ଶତ ପ୍ରତିଶତ ସଠିକତା ସହ ଏହି ବ୍ରେକଥ୍ରୁ ସମ୍ପନ୍ନ ହେବା କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପର ଅଗ୍ରଗତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।
ସୌଜନ୍ୟ ସମ୍ବାଦ




