ରାଜ୍ୟ

Earth Again Conference 2026: ଟୁଆଁଟୁଇଁ କାହାଣୀ ସତ ହେବ କି? ଘରକୁ ପୁଣି ଆସି ପିଠା ଖାଇବ କି ବାଘ ମାମୁଁ? ଅଧିବେଶନରେ ଅତିଥି ଦେଲେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା

ଜଳବାୟୁ ପରିବର୍ତ୍ତନ ପରିଵେଶୀୟ ଚାପ ସମୟରେ ଅଭୟାରଣ୍ୟ ଏବଂ ସୁରକ୍ଷିତ ପ୍ରାକୃତିକ ପରିବେଶ ଓଡ଼ିଶାର ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଏକ ମୁଖ୍ୟ ଆଧାର | କ୍ଷୟପ୍ରାପ୍ତ ଜଙ୍ଗଲର ପୁନରୁଦ୍ଧାର, ସଂରକ୍ଷଣ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ସ୍ଥାନୀୟ ସମୁଦାୟଙ୍କ ସହଭାଗିତା ମାଧ୍ୟମରେ ହିଁ ନବିକୃତ ଜୈବ ବିବିଧତାର ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ |

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ପରିବେଶୀୟ ଚାପ ସମୟରେ ଅଭୟାରଣ୍ୟ ଏବଂ ସୁରକ୍ଷିତ ପ୍ରାକୃତିକ ପରିବେଶ ଓଡ଼ିଶାର ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଏକ ମୁଖ୍ୟ ଆଧାର। କ୍ଷୟପ୍ରାପ୍ତ ଜଙ୍ଗଲର ପୁନରୁଦ୍ଧାର, ସଂରକ୍ଷଣ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ସ୍ଥାନୀୟ ସମୁଦାୟଙ୍କ ସହଭାଗିତା ମାଧ୍ୟମରେ ହିଁ ନବିକୃତ ଜୈବ ବିବିଧତାର ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ। ପ୍ରକୃତିର ସନ୍ତୁଳନ ଫେରାଇ ଆଣି ବନ୍ୟପ୍ରାଣୀ, ମାନବ ସମାଜ ଏବଂ ସେମାନଙ୍କ ଆଖପାଖର ପରିବେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସ୍ଥାପନ କରାଇବା ଆଜିର ସମୟରେ ଏକ ପ୍ରାସଙ୍ଗିକ ବିଷୟ। କିଛି ଏହି ସବୁ ପ୍ରସଙ୍ଗକୁ ନେଇ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଏକ ସ୍ୱତନ୍ତ୍ର ଅଧିବେଶନ ଏନେଇ ନିଜର ମତ ଉପସ୍ଥାପନ କରିଥିଲେ ରାଜ୍ୟର ଦୁଇଟି ପ୍ରମୁଖ ଅଭୟାରଣ୍ୟ (ଶିମିଳିପାଳ ଓ ଦେବ୍ରିଗଡ) ସହ ଚିଲିକାର ପ୍ରାଧିକୃତ ଅଧିକାରୀ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button