ଜାତୀୟ

EPFO News: ଖୁସି ଖବର…କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି, ୨୫ ହଜାରକୁ ବଢ଼ିଛି ବେତନ ସୀମା

ନୂଆଦିଲ୍ଲୀ,୦୩/୧୦; ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ । ତେବେ ଏହି ସୀମା ବୃଦ୍ଧି ପରେ କମ୍ପାନିଗୁଡିକ କର୍ମଚାରୀଙ୍କ ବେତନରୁ ଅର୍ଥ କାଟିବା କିମ୍ବା ସିଟିସି ସହିତ ଆଡ୍‌ଜଷ୍ଟ କରିବା ପାଇଁ ଚେଷ୍ଟା କରିପାରନ୍ତି ବୋଲି ଚିନ୍ତା ପ୍ରକଟ କରାଯାଉଥିଲା । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶରେ କହିଛନ୍ତି ଯେ, କର୍ମଚାରୀ ଘରକୁ ନେଉଥିବା ନେଟ୍ ଦରମାରେ କୌଣସି କାଣ୍ଟଛାଣ୍ଟ ହୋଇପାରିବ ନାହିଁ । ସରକାରୀ ନିୟମ ଅନୁସାରେ ନିଯୁକ୍ତିଦାତାଙ୍କ ଅଂଶଦାନ ବାଦ ଯେଉଁ ବେତନ କର୍ମଚାରୀ ପାଉଛନ୍ତି ସେଭଳି ବେତନ ଦିଆଯିବ ।

ମନ୍ତ୍ରଣାଳୟ ମୁତାବକ, ମାଲିକମାନେ ସେମାନଙ୍କ ସାମାଜିକ ସୁରକ୍ଷା ଯୋଗଦାନକୁ କେବଳ ସିଟିସିର ଏକ ଅଂଶ ଭାବେ ଦେଖାଇ କର୍ମଚାରୀଙ୍କ ପ୍ରାପ୍ୟରୁ କାଟିପାରିବେ ନାହିଁ । ଏହି ଅତିରିକ୍ତ ଅଂଶଦାନକୁ କମ୍ପାନିଗୁଡିକ ମାନବ ସମ୍ବଳ ପ୍ରତି ନିବେଶ ଭାବେ ଦେଖିବା ଉଚିତ । ଯାହାଦ୍ୱାରା କର୍ମଚାରୀଙ୍କ ସନ୍ତୋଷ ଓ କାର୍ଯ୍ୟଦକ୍ଷତା ବଢ଼ିବ । ନୂଆ ନିୟମ ଅନୁସାରେ ଯେଉଁ କର୍ମଚାରୀଙ୍କ ମାସିକ ମୂଳ ବେତନ ୧୫ରୁ ୨୫ ହଜାର ହୋଇଥିବ ସେମାନେ ବାଧ୍ୟତାମୂଳକ ଇପିଏଫ୍ ଏବଂ ପେନସର ଯୋଜନାର ଅନ୍ତର୍ଭୁକ୍ତ ହେବେ । କର୍ମଚାରୀଙ୍କ ନିଜସ୍ୱ ୧୨% ଯୋଗଦାନ ସମ୍ପୂର୍ଣ୍ଣ ଭାବେ ଇପିଏଫ୍ ଖାତାକୁ ଯିବ । ନିଯୁକ୍ତିଦାତାଙ୍କ ୧୨% ଯୋଗଦାନ ମଧ୍ୟରୁ ୮.୩୩% କର୍ମଚାରୀ ପେନସନ ଯୋଜନା (ଇପିଏସ୍) ଏବଂ ବାକି ଅଂଶ ଇପିଏଫ୍ ଖାତାରେ ଜମା ହେବ । ପୂର୍ବରୁ ୧୫ ହଜାର ଟଙ୍କାର ବେତନ ସୀମାରେ ମାସିକ ଅଂଶଦାନ ୧୮ ଶହ ଟଙ୍କା ଥିବା ବେଳେ ବର୍ତ୍ତମାନ ବର୍ଦ୍ଧିତ ୨୫ ହଜାର ସୀମାରେ ଏହା ୩ ହଜାର ଟଙ୍କା ରହିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button