ରାଜ୍ୟ

Vigilance Raid: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗ AEE, ୧୦ ସ୍ଥାନରେ ଏକକାଳୀନ ଚଢ଼ାଉ

ବାରିପଦା, ୦୫/୧୦: ଭିଜିଲାନ୍ସ ପଞ୍ଝାରେ ବାରିପଦା AEE । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା R&B ଡିଭିଜନ୍ ଅଧୀନ ବେତନଟୀ ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ୫ ଜଣ ଡିଏସ୍‌ପି , ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ବାଲେଶ୍ୱର, ଖୋର୍ଦ୍ଧା ଓ ମୟୂରଭଞ୍ଜର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ଅରବିନ୍ଦ ମହାନ୍ତିଙ୍କ ୩ ମହଲା ବାସଭବନ, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ୨ ମହଲା କୋଠା, ବେତନଟୀସ୍ଥିତ AEEଙ୍କ କାର୍ଯ୍ୟାଳୟ ଓ ବାସଭବନ, ଜଳେଶ୍ୱରସ୍ଥିତ ପୈତୃକ ଘର, ବାଲେଶ୍ୱର ବସନ୍ତପୁରସ୍ଥିତ ଫାର୍ମହାଉସ୍ ଏବଂ ବାମପଦାସ୍ଥିତ ଘରେ ଛାନଭିନ୍ ଚାଲିଛି । ସେହିପରି ଅଙ୍ଗାରଗଡ଼ିଆରେ ଜଣେ ଘନିଷ୍ଠ ସହଯୋଗୀଙ୍କ ଘର, ମୟୂରଭଞ୍ଜ ବୈଶିଙ୍ଗାରେ ଅନ୍ୟ ଜଣେ ସହଯୋଗୀଙ୍କ ଘର ଏବଂ ବାଲେଶ୍ୱର ବାମପଦାରେ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ବିଭିନ୍ନ ସମ୍ପତ୍ତି ଓ କାଗଜପତ୍ର ଯାଞ୍ଚ କରିବା ସହ ବେଆଇନ ସମ୍ପତ୍ତିର ଆକଳନ କରୁଛି । ଚଢ଼ାଉ ଶେଷ ହେବା ପରେ ଅଧିକ ସୂଚନା ସାମ୍ନାକୁ ଆସିବ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button