ରାଜ୍ୟ
Anugul Accident : ଜଳିଖିଆ ଦୋକାନ ଭିତରକୁ ପଶିଗଲା ହାଇୱା, କ୍ଷତି ପୂରଣ ଦାବିରେ ଆନ୍ଦୋଳନ
ଛେଣ୍ଡିପଦା,୦୫\୧୦: ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ନିଶା ଛକରେ ଦୁର୍ଘଟଣା । ଭାରସ୍ୟମ ହରାଇ ଜଳିଖିଆ ଦୋକାନ ଭିତରକୁ ପଶିଗଲା ହାଇୱା । ଅଳ୍ପକେ ବର୍ତ୍ତିଲେ ୧୫ ଜଣ ।
ସୂଚନା ଅନୁସାରେ,ଚଣ୍ଡିଖୋଲରୁ ନୟନୀ କୋଇଲା ଖଣିକୁ ଯାଉଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ଏକ ଜଳଖିଆ ଦୋକାନ ଓ ଘର ଭିତରକୁ ପଶିଯାଇଥିଲା । ଘଟଣା ସମୟରେ ଘର ଭିତରେ ଶୋଇଥିବା ୧୫ ଜଣ ଲୋକଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଲୋକେ ଆନ୍ଦୋଳନ କରିବାରୁ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସୌଜନ୍ୟ ପ୍ରମେୟ




