ରାଜ୍ୟ

Odisha Vigilance: ଗିରଫ ହେଲେ କୋଟିପତି ଯନ୍ତ୍ରୀ,ମାଟିତଳେ ପୋତିଥିଲେ ସମ୍ପତ୍ତି କାଗଜପତ୍ର

  • ଠିକାଦାରଙ୍କ ଘରୁ ମିଳିଲା ଜମି ପଟ୍ଟା, ଲକର୍ ଚାବି
  • ସରୁନି ସମ୍ପତ୍ତି ଆକଳନ, ୨୩ ଦାମୀ ପ୍ଲଟ୍ ଠାବ
  • ୧୦.୫୭ ଲକ୍ଷ ନଗଦ ଟଙ୍କା, ବ୍ୟାଙ୍କ୍ ଜମା ୬୯.୬୯ ଲକ୍ଷ   

ବାଲେଶ୍ୱର/ବେତନଟୀ,୦୭\୧୦: ବେଆଇନ୍ ସମ୍ପତ୍ତି ଠୁଳ କରିଥିଲେ । ଦିନେ ନା ଦିନେ ଭିଜିଲାନ୍ସ ଚଢ଼ଉ ହେବ ଆଶଙ୍କା ମଧ୍ୟ କରିଥିଲେ । ଏଥିରୁ ବର୍ତ୍ତିବାକୁ ସମ୍ପତ୍ତିର କାଗଜପତ୍ର ଜଣେ ବିଶ୍ୱସ୍ତ ଠିକାଦାରଙ୍କ ଘରେ ମାଟିତଳେ ଲୁଚାଇଥିଲେ । କିନ୍ତୁ ଉପାୟ କାମ ଦେଲାନି । ଭିଜିଲାନ୍ସ ହାତରେ ଲାଗିଛି ତାଙ୍କର ସବୁ ଗୁପ୍ତ ଧନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ପୂର୍ତ୍ତ ବିଭାଗ ସବ୍ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ମଙ୍ଗଳବାର ଗିରଫ ହୋଇଛନ୍ତି । ସମ୍ପତ୍ତି ବିଷୟରେ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଅପରପକ୍ଷରେ ଭିଜିଲାନ୍ସ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ବି ତାଙ୍କ ସମ୍ପତ୍ତି ଠାବ ପ୍ରକ୍ରିୟା ଜାରି ରହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button