ଜାତୀୟ

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି: ସକାଳୁ ରାତି ଯାଏଁ କମ୍ପିଲା ଦିଲ୍ଲୀ,ରାହୁଲ ପ୍ରିୟଙ୍କାଙ୍କୁ ଉଠାଇନେଲା ପୁଲିସ

  • ଦୀର୍ଘ ୯ ଘଣ୍ଟା ଧରି ଧାରଣାରେ ବସିଥିଲେ
  • ଇଣ୍ଡି ମେଣ୍ଟର ୨୫୦ ନେତା ଥାନାରେ ଅଟକ
  • ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ବେଳେ ହାଇଡ୍ରାମା
  • ପୁଲିସ କହିଲା ମାର୍ଚ୍ଚ ପାଇଁ ଅନୁମତି ନଥିଲା

ନୂଆଦିଲ୍ଲୀ, ୦୭\୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ବିରୋଧୀ ଦଳ ଦିଲ୍ଲୀରେ ବଡ଼ଧରଣର ଆନ୍ଦୋଳନ କରିଛି । ଏଥିରେ ୧୯ଟି ଦଳର ନେତା ସାମିଲ ହୋଇଥିଲେ । ସେମାନେ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରାରେ ସଂସଦ ଭବନରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବାଟରେ ପୁଲିସ ସେମାନଙ୍କୁ ରୋକିଥିଲା । ଯାହାଫଳରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ଧାରଣା ଦେଇଥିଲେ । ଦୀର୍ଘ ୯ ଘଣ୍ଟା ଧରି ଧାରଣା ଚାଲିଥିଲା । ଶେଷରେ ରାତିରେ ପୁଲିସ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨୫୦ ନେତାଙ୍କୁ ଉଠାଇ ନେବା ସହ ଧାରଣାସ୍ଥଳକୁ ଖାଲି କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button