ମନୋରଞ୍ଜନ
Kiara Advani: ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ନାୟିକା କିଆରା ଆଡଭାନୀ
ବଲିଉଡର ଲୋକପ୍ରିୟ ନାୟିକା କିଆରା ଆଡଭାନୀ ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଖବରକୁ ଏହି ଦମ୍ପତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବୁଧବାର ସକାଳେ ନିଜ ଇନଷ୍ଟାଗ୍ରାମ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି।

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା କିଆରା ଆଡଭାନୀ ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଖବରକୁ ଏହି ଦମ୍ପତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବୁଧବାର ସକାଳେ ନିଜ ଇନଷ୍ଟାଗ୍ରାମ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି। ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ବଲିଉଡ୍ର ଅନେକ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଜୋରଦାର ଶୁଭେଚ୍ଛା ଜଣାଉଛନ୍ତି। ବଲିଉଡନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ସିଦ୍ଧାର୍ଥ ଏବଂ କିଆରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଇମୋଜି ଦେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ସୌଜନ୍ୟ ସମ୍ବାଦ




