ରାଜ୍ୟ
GST Team Raids ଶ୍ରୁତି ତମାଖୁରେ ଜିଏସ୍ଟି ଟିମ୍ର ଚଢ଼ାଉ
ସମ୍ବଲପୁରର ଶ୍ରୁତି ତମାଖୁରେ ଜିଏସ୍ଟି ଟିମ୍ ଚଢ଼ାଉ କରି ଦସ୍ତାବିଜ ଓ ଉତ୍ପାଦନ ରେକର୍ଡ ଯାଞ୍ଚ କରିଛି। ମାଲିକ ଜୟେଶ ଗଠାନୀଙ୍କୁ ପଚରାଉଚରା ଚାଲିଛି।

ତମାଖୁ ଉତ୍ପାଦନ ବନ୍ଦ ନିର୍ଦ୍ଦେଶ ପରେ ବି ଉତ୍ପାଦନ ଜାରି ରହିଥିବା ଅଭିଯୋଗ, ଜୟେଶ ଗଠାନୀଙ୍କୁ ପଚରାଉଚରା ଜାରି
ସମ୍ବଲପୁର: କଲେକ୍ଟରଙ୍କ ନିର୍ଦ୍ଦେଶ ପରେ ‘ଶ୍ରୁତି ତମାଖୁ’ ସହ ଜଡ଼ିତ ଏକାଧିକ କାର୍ଯ୍ୟାଳୟ ଓ ଗୋଦାମ ଓ କାରଖାନାରେ ରାଜ୍ୟ ଜିଏସ୍ଟି ପକ୍ଷରୁ ଚଢ଼ାଉ ହୋଇଛି। ବିଭାଗୀୟ ଟିମ୍ ପକ୍ଷରୁ ଦସ୍ତାବିଜ, ଉତ୍ପାଦନ ଏବଂ ଅନ୍ୟାନ୍ୟ ରେକର୍ଡର ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ତମାଖୁ ଉତ୍ପାଦନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ନିର୍ଦ୍ଦେଶକୁ ଅମାନ୍ୟକରି କମ୍ପାନୀ ପକ୍ଷରୁ ଉତ୍ପାଦନ ଜାରି ରହିଥିବା ନେଇ ଅଭିଯୋଗ ଉଠିଥିଲା। ଏହି ଅଭିଯୋଗ ଭିତ୍ତିରେ ଜିଲ୍ଲାପାଳ ଜିଏସ୍ଟିକୁ ଯାଞ୍ଚ ପାଇଁ କହିଥିଲେ।
ସୌଜନ୍ୟ ସମ୍ବାଦ




