ରାଜ୍ୟ

Chemical Accident Preparedness ରାସାୟନିକ ଦୁର୍ଘଟଣା ମୁକାବିଲା ପ୍ରସ୍ତୁତି ସମୀକ୍ଷା: ମକ୍ ଡ୍ରିଲ୍, ସୁରକ୍ଷା ଅଡିଟ୍‌ ଓ ତ୍ୱରିତ ପ୍ରତିକ୍ରିୟା ଉପରେ ଗୁରୁତ୍ୱ

ଭୁବନେଶ୍ୱରରେ ରାଜ୍ୟ ସଙ୍କଟ ଗୋଷ୍ଠୀ ବୈଠକରେ ରାସାୟନିକ ଦୁର୍ଘଟଣା ମୁକାବିଲା, ମକ୍ ଡ୍ରିଲ୍, ସୁରକ୍ଷା ଅଡିଟ୍ ଓ ଜରୁରୀକାଳୀନ ପ୍ରସ୍ତୁତି ସମୀକ୍ଷା ହୋଇଛି।

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାନୁଷ୍ଠାନଗୁଡ଼ିକରେ ରାସାୟନିକ ଦୁର୍ଘଟଣାର ପ୍ରତିରୋଧ ପ୍ରସ୍ତୁତି, ତ୍ୱରିତ ମୁକାବିଲା ଓ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ନେଇ ଲୋକସେବା ଭବନଠାରେ ରାଜ୍ୟ ସଙ୍କଟ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ସଚିବ  ଶ୍ରୀମତୀ ଗର୍ଗ କହିଥିଲେ ଯେ ଶିଳ୍ପ ବିକାଶ ସହିତ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମାନ ଗୁରୁତ୍ୱ ରହିଛି। ସମ୍ଭାବ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ଜିଲ୍ଲା ଓ ସ୍ଥାନୀୟସ୍ତରରେ ଜରୁରୀକାଳୀନ ଯୋଜନା, ନିୟମିତ ମକ୍ ଡ୍ରିଲ୍, ସୁରକ୍ଷା ଅଡିଟ୍ ଓ ତଥ୍ୟଭିତ୍ତିକ ଆକଳନକୁ ଅଧିକ ପ୍ରଭାବଶାଳୀ କରାଯିବା ଆବଶ୍ୟକ ।

ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ବିଭାଗୀୟ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ଏକ ସମନ୍ୱିତ ବ୍ୟବସ୍ଥା ଅଧୀନରେ ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button