ରାଜ୍ୟ

Water: ଲୋକଙ୍କୁ ନିଅଣ୍ଟ ଇଟାକୁ ପାଣି: ଯାଜପୁରରେ ୫ ଶହରୁ ଊର୍ଦ୍ଧ୍ବ ଇଟାଭାଟି, ଶୋଷୁଛନ୍ତି ଲକ୍ଷଲକ୍ଷ କ୍ୟୁସେକ୍‌ ଭୂତଳ ଜଳ

ଲୋକଙ୍କୁ ପାଣି ପିଇବାକୁ ମିଳୁନି। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂଅ ଶୁଖିଯାଉଛି। ପାନୀୟଜଳ ପ୍ରକଳ୍ପ ଅଛି, ହେଲେ ପାଇପ୍‌ରେ ପାଣି ଆସୁନି। କହିବାକୁ ଗଲେ ଏଠି ରୋଷେଇ କରିବାକୁ ପାଣି ନାହିଁ...

ପାଣିକୋଇଲି (ମନୋଜ କୁମାର ସାହୁ): ଲୋକଙ୍କୁ ପାଣି ପିଇବାକୁ ମିଳୁନି। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂଅ ଶୁଖିଯାଉଛି। ପାନୀୟଜଳ ପ୍ରକଳ୍ପ ଅଛି, ହେଲେ ପାଇପ୍‌ରେ ପାଣି ଆସୁନି। କହିବାକୁ ଗଲେ ଏଠି ରୋଷେଇ କରିବାକୁ ପାଣି ନାହିଁ, ହେଲେ ଇଟାଭାଟି ପାଇଁ ଲକ୍ଷଲକ୍ଷ କ୍ୟୁସେକ୍‌ ଭୂତଳ ଜଳ ବିନା ବାଧାରେ ବ୍ୟବହାର କରାଯାଉଛି। ଷଠିପୁରରୁ ପାଣିକୋଇଲି ଭିତ‌ରେ ରହିଥିବା ଶହଶହ ବେଆଇନ ଇଟାଭାଟି ବେଲଗାମ ଭାବେ ପର୍ଯ୍ୟାପ୍ତ ଭୂତଳ ଜଳ ବ୍ୟବହାର କରୁଛନ୍ତି। କଞ୍ଚାଇଟା ନିର୍ମାଣ ପାଇଁ ମାଟି, ବାଲି ଓ ପାଣିର ଆବଶ୍ୟକତା ଥିବାରୁ ଏଭଳି କରାଯାଉଛି। ଏଠାରେ ରହିଥିବା ୭ଟି ଚିମିନି ଇଟାଭାଟି ଲକ୍ଷଲକ୍ଷ କ୍ୟୁସେକ୍‌ ଭୂତଳ ଜଳ ଶୋଷି ନେଉଥିବାରୁ ଆଖପାଖ ଅଞ୍ଚଳର ଭୂତଳ ଜଳସ୍ତର କମିଗଲାଣି। ଏପରିକି ନଳକୂଅ ଶୁଖି ଯାଉଥିବାରୁ ସ୍ଥାନୀୟ ଲୋକେ ପାଣି ପାଇଁ ତ୍ରାହିତ୍ରାହି ଡାକିଲେଣି। ହେଲେ ଯାଜପୁର ଜିଲ୍ଲାରେ ବେଆଇନ ଇଟାଭାଟି ଉପରେ ଅଙ୍କୁଶ ଲାଗିପାରୁନି। ନାଲି ବା ପୋଡ଼ା ଇଟାକୁ ବାରଣ ଥିବାବେଳେ ଏହି ଅଞ୍ଚଳରେ ୫୦୦ରୁ ଅଧିକ ଭାଟି କିଭଳି ଚାଲିଛି ତାକୁ ନେଇ ପରିବେଶବିତ ପ୍ରଶ୍ନ ଉଠାଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button