ରାଜ୍ୟ

‘INDIA’ alliance’s: ଆଜି ‘ଇଣ୍ଡି’ ମେଣ୍ଟର ଓଡ଼ିଶା ବନ୍ଦ: ଗଡୁନି ଅଟୋ-ଟ୍ୟାକ୍ସି, ଜାରି ଅଛି ବସ୍‌ ସେବା

ଚାରି ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ‘ଇଣ୍ଡି’ ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦପାଳନ ହେବ। ହେଲେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି।

ଭୁବନେଶ୍ବର: ଚାରି ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ‘ଇଣ୍ଡି’ ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦପାଳନ ହେବ। ହେଲେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ବ୍ୟାବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ୍‌ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ହସ୍ପିଟାଲ, ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଆମ୍ବୁଲାନ୍‌ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ଅନ୍ୟାନ୍ୟ ଜରୁରି ସେବା ଓ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ବାଧା ଦିଆଯିବ ନାହିଁ। ତେବେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନର କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପ୍ରଚାର ଓ ପିକେଟିଂ କରାଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button