ରାଜ୍ୟ

Water proble: ପାଇପ ପାଣି ପାଇଁ ସଂଘର୍ଷ; ଘରକୁ ସଂଯୋଗ ସାତସପନ

ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ‘ଜଳ ଜୀବନ ମିସନ’ କାର୍ଯ୍ୟକାରୀ କରାଯାଉଛି। ତେବେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନାର ସ୍ଥିତି ନୈରାଶ୍ୟଜନକ...

ରାଉରକେଲା: ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ‘ଜଳ ଜୀବନ ମିସନ’ କାର୍ଯ୍ୟକାରୀ କରାଯାଉଛି। ତେବେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନାର ସ୍ଥିତି ନୈରାଶ୍ୟଜନକ ରହିଛି। ଅବଧି ସରିଲାଣି, କିନ୍ତୁ ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି। ଜିଲ୍ଲାରେ ଯୋଜନାର ଅଗ୍ରଗତି ୮୧.୮୯%ରେ ସୀମିତ ରହିଛି। ପ୍ରଶାସନିକ ଅବହେଳା ଓ କାର୍ଯ୍ୟର ମନ୍ଥର ଗତି ଯୋଗୁ ସ୍ଥାନୀୟ ବାସିନ୍ଦା, ବିଶେଷକରି ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ପ୍ରତିଦିନ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜିଲ୍ଲାରେ ମୋଟ୍‌ ୩,୧୩,୬୪୩ ଟି ଗ୍ରାମୀଣ ପରିବାର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ମାତ୍ର ୨,୫୬,୮୫୧ ପରିବାରକୁ ଟ୍ୟାପ୍ ଯୋଗେ ପାଣି ସଂଯୋଗ ଦିଆଯାଇଛି। ଅର୍ଥାତ୍‌, ୫୬,୭୯୨ଟି ପରିବାର ଏବେ ବି ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ୨୦୨୪ ସୁଦ୍ଧା ଶତପ୍ରତିଶତ କାର୍ଯ୍ୟ ସାରିବା ପାଇଁ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ଶିଳ୍ପ ଓ ଖଣି ପ୍ରଧାନ ଜିଲ୍ଲାରେ ଭିତ୍ତିଭୂମିର ଅଭାବ ଯୋଗୁ କାର୍ଯ୍ୟ ଶେଷ ହୋଇପାରିନାହିଁ। କେତେକ ଗାଁରେ କେବଳ ପାଇପ୍‌ ବିଛାଯାଇ କାମ ବନ୍ଦ ରହିଥିବାବେଳେ ପୁଣି କେଉଁଠି ଲୋକଙ୍କ ଘର ସମ୍ମୁଖରେ ଟ୍ୟାପ୍ ପୋତାଯାଇଛି ସତ, କିନ୍ତୁ ସେଥିରେ ପାଣି ଆସୁନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button