Elephant Attack: ଧାନ ଜଗିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୬୦ ବର୍ଷୀୟ ଚାଷୀଙ୍କ ମୃତ୍ୟୁ ଘଟିଛି। ହାତୀ ଉପଦ୍ରବ ରୋକିବା ସହ ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଞ୍ଜଜିଲ୍ଲା ବାମନଘାଟି ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ବନାଞ୍ଚଳରେ ହାତୀଆକ୍ରମଣରେ ଜଣେ ୬୦ ବର୍ଷୀୟ ଚାଷୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମଧ୍ୟ ରାତ୍ରରେ ଜଣେ ଚାଷୀ ବିଲର ଧାନକୁ ହାତୀ ଠାରୁ ସୁରକ୍ଷିତ ରଖିବା ପାଇଁ ଜଗିଥିଲେ । ତେବେ ସେହି ସମୟରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ହାତୀ ଉପଦ୍ରବକୁ ନେଇ ଚିନ୍ତା ବଢ଼ିଛି
ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ଚିନ୍ତା ବଢ଼ିଛି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବାଦାମପାହାଡ଼ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଜନଜୀବନକୁ ବିପନ୍ନ କରୁଛି । ତେଣୁ ହାତୀ ଉପଦ୍ରବ ରୋକିବା ସହ ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।
ସୌଜନ୍ୟ ସମ୍ବାଦ




