ରାଜ୍ୟ

DGP reviews: ରାଜ୍ୟରେ ବନ୍ଦ ପାଳନକୁ ନେଇ ଡିଜିପିଙ୍କ ସମୀକ୍ଷା: ଶାନ୍ତିଶୃଙ୍ଖଳା ସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ

ଆସନ୍ତାକାଲି ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ ଡିଜି ବିନୟତୋଷ ମିଶ୍ର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି।

କଟକ: ଆସନ୍ତାକାଲି ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ ଡିଜି ବିନୟତୋଷ ମିଶ୍ର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ସନ୍ଧ୍ୟାରେ ହୋଇଥିବା ଏହି ବୈଠକରେ ସମ୍ଭାବ୍ୟ ବନ୍ଦ ପରିସ୍ଥିତିରେ ଆଇନଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ତଥା ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ଉପରେ ଡିଜିପି ଆଲୋଚନା କରିଛନ୍ତି। ସମସ୍ତ ଥାନା ଅଞ୍ଚଳରୁ ସୂଚନା ସଂଗ୍ରହ କରି ସ୍ଥାନୀୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ଜିଲ୍ଲା ଏସ୍‌ପିମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଆଇନ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ରାଜପଥ, ଜାତୀୟ ରାଜପଥ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ସହ ପାଟ୍ରୋଲିଂ ଓ ନାକା ଚେକିଂ ବୃଦ୍ଧି କରିବା, ବିକ୍ଷୋଭକାରୀଙ୍କ ପ୍ରମୁଖ ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା, ଗୁଇନ୍ଦା ସୂଚନାକୁ ସୁଦୃଢ଼ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ବନ୍ଦ ସମୟରେ କୌଣସି ପ୍ରକାର ହିଂସା, ଭଙ୍ଗାରୁଜା, ବଳପୂର୍ବକ ଦୋକାନ ବଜାର ବନ୍ଦ କିମ୍ବା ସାଧାରଣ ଯାତାୟାତରେ ବାଧା ସୃଷ୍ଟି ଯେପରି ନହୁଏ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲା ଏସ୍‌ପି ଓ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଓ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button