ମନୋରଞ୍ଜନ

Nana Patekar Speech: ‘ଯିବାକୁ ତ ହେବ, ଆଜି ଅଛି କାଲି ନଥିବି…’ ଗୋଆରେ ନାନାଙ୍କ ଶେଷ ଭାଷଣର ଭାଇରାଲ୍‌ ଭିଡିଓ

ଗୋଆ, ୮।୧୦: ଆଉ ନାହାଁନ୍ତି ବଲିଉଡର ଦିଗ୍ଗଜ ତଥା ଅନୁଭବୀ ଅଭିନେତା ନାନା ପାଟେକର । ଗୁରୁବାର ସକାଳେ ହୃଦଘାତ ଯୋଗୁଁ ଗୋଆରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ଏପରି ଆକସ୍ମିକ ମୃତ୍ୟୁ ଖବରରେ ସମଗ୍ର ଚଳଚ୍ଚିତ୍ର ଜଗତ ଏବଂ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ପୂର୍ବରୁ ନାନା ପାଟେକରଙ୍କୁ ଗୋଆର ଏକ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଶେଷ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଏକ ଭାଷଣ ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅତ୍ୟନ୍ତ ଭାଇରାଲ ହେବାରେ ଲାଗିଛି ।

ସେହି ଭାଷଣରେ ସେ ମନୋହର ପାର୍ଟିକରଙ୍କ ସହ ତାଙ୍କର ପୁରୁଣା ବନ୍ଧୁତା ଏବଂ ଜୀବନର ଦର୍ଶନକୁ ବେଶ୍ ମର୍ମସ୍ପର୍ଶୀ ଭାବେ ବାଣ୍ଟିଥିଲେ । ସେ କହିଥିଲେ, “ପ୍ରମୋଦ ସାୱନ୍ତ, ମୁଁ ଜାଣିନି ପ୍ରମୋଦ ତମେ କେମିତି ଅଛ, ତମ ବାପାଙ୍କ ସମୟରେ… ପାର୍ଟିକର… ମନୋହର ପାର୍ଟିକର ମୋର ବନ୍ଧୁ ଥିଲେ । ଏଭଳି ବନ୍ଧୁ ପାଇଁ ଗର୍ବ ହେବା ଉଚିତ୍ । ସେ ମୋର ବନ୍ଧୁ ଥିଲେ, ବୟସରେ ମୋଠୁ ଛୋଟ ଥିଲେ । ମୁଁ ଏବେ ୭୭ ବର୍ଷ ପୂରଣ କରି ୭୮ରେ ପାଦ ଦେଉଛି, କିନ୍ତୁ ତାଙ୍କର ବଡ଼ପଣ ଏତେ ଥିଲା ଯେ ତାଙ୍କ ଆଡ଼କୁ ସମ୍ମାନର ସହ ଦେଖିବାକୁ ପଡ଼ୁଥିଲା ।”

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button