SE Railway GM Inspects ଦକ୍ଷିଣ-ପୂର୍ବ ରେଳପଥ ମହାପ୍ରବନ୍ଧକଙ୍କ ରାଇରାଙ୍ଗପୁର ଷ୍ଟେସନ୍ ନିରୀକ୍ଷଣ
ଦକ୍ଷିଣ-ପୂର୍ବ ରେଳପଥ ମହାପ୍ରବନ୍ଧକ ଏ.କେ. ଜୈନ ରାଇରଙ୍ଗପୁର ଓ ବାଦାମପାହାଡ ଷ୍ଟେସନ୍ ନିରୀକ୍ଷଣ କରି ନିରାପତ୍ତା, ଯାତ୍ରୀ ସୁବିଧା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ଦକ୍ଷିଣ- ପୂର୍ବ ରେଳପଥ ମହାପ୍ରବନ୍ଧକ ଏ.କେ ଜୈନ ଆଜି (ଗୁରୁବାର) ଟାଟା – ବାଦାମପାହାଡ ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି । ଏହି ନୀରିକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଭିତ୍ତିଭୂମିର ଗୁଣବତ୍ତାକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନୀରିକ୍ଷଣ ସମୟରେ ଶ୍ରୀଜୈନ ରାଇରଙ୍ଗପୁର ଓ ବାଦାମପାହାଡ ଷ୍ଟେସନର ଅମୃତଭାରତ ଯୋଜନାରେ ନିର୍ମିତ ନୂତନ ଷ୍ଟେସନ୍ ସମେତ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ମଧ୍ୟ ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଜୈନ ସମୀକ୍ଷା କରିଛନ୍ତି।
ସୌଜନ୍ୟ ସମ୍ବାଦ




