ରାଜ୍ୟ

Judgement: ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ କାଗଜ ଯୋଗାଣ ଟେଣ୍ଡରର ସର୍ତ୍ତାବଳୀକୁ ବିରୋଧ କରି ଦାୟର ମାମଲା ହାଇକୋର୍ଟରେ ଖାରଜ

ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଆବଶ୍ୟକ କାଗଜ ଯୋଗାଣ ସଂପର୍କିତ ଟେଣ୍ଡର ପ୍ରକ୍ରିୟାର କେତେକ ସର୍ତ୍ତାବଳୀକୁ ଚ୍ୟାଲେଞ୍ଜ କରି ଦାୟର ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଛନ୍ତି। ଯେପର୍ଯ୍ୟନ୍ତ କୌଣସି ପ୍ରଶାସନିକ ନିଷ୍ପତ୍ତି ସ୍ୱେଚ୍ଛାଚାରୀ, ଅହେତୁକ, କିମ୍ବା ସାମ୍ବିଧାନିକ...

କଟକ: ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଆବଶ୍ୟକ କାଗଜ ଯୋଗାଣ ସଂପର୍କିତ ଟେଣ୍ଡର ପ୍ରକ୍ରିୟାର କେତେକ ସର୍ତ୍ତାବଳୀକୁ ଚ୍ୟାଲେଞ୍ଜ କରି ଦାୟର ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଛନ୍ତି। ଯେପର୍ଯ୍ୟନ୍ତ କୌଣସି ପ୍ରଶାସନିକ ନିଷ୍ପତ୍ତି ସ୍ୱେଚ୍ଛାଚାରୀ, ଅହେତୁକ, କିମ୍ବା ସାମ୍ବିଧାନିକ ନିର୍ଦ୍ଦେଶକୁ କ୍ଷତି ପହଞ୍ଚାଉଥିବା ଭଳି ପ୍ରମାଣିତ ହୋଇନାହିଁ, ସେପର୍ଯ୍ୟନ୍ତ କୋର୍ଟ ସହଜରେ ସେଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଟେଣ୍ଡର ସର୍ତ୍ତକୁ ଚାଲେଞ୍ଜ କରି ଦାୟର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.ଆର. ପଲ୍ପ ଆଣ୍ଡ ପେପର୍ସ ଲିମିଟେଡ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାରୁ ପ୍ରକାଶ ଯେ, ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ ପକ୍ଷରୁ ୨୬,୪୫୦ ମେଟ୍ରିକ ଟନ୍‌ର ”୭୦ ଜିଏସଏମ୍ ମ୍ୟାପଲିଥୋ ରିଲ ପେପର (ୱାଟର ମାର୍କ ସହିତ) (୮୫ ସିଏମ ଆକାର)” ଯୋଗାଣ ପାଇଁ ଗତ ୨୦୨୬ ସେପ୍ଟେମ୍ବର ୧୧ରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଥିରେ ସର୍ତ୍ତ ରହିଥିଲା ଯେ, ଗତ ତିନି ବର୍ଷ ମଧ୍ୟରେ ସରକାରୀ ବିଭାଗ, ଅନୁଷ୍ଠାନ କିମ୍ବା ଅର୍ଦ୍ଧ-ସରକାରୀ ସଂସ୍ଥାକୁ ଅତିକମରେ ୬୦ ପ୍ରତିଶତ କିମ୍ବା ବାର୍ଷିକ ୧୧ହଜାର ମେଟ୍ରିକ ଟନ୍‌ର ଏପରି କାଗଜ ଯୋଗାଇବାର ପୂର୍ବ ଅଭିଜ୍ଞତା ବିଡରଙ୍କ ରହିଥିବା ଆବଶ୍ୟକ।

ତେବେ ପ୍ରାକ୍-ବିଡ୍‌ ବୈଠକରେ ଆପତ୍ତି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ତ୍ତ ସଂଶୋଧନ କରାଯାଇ ଏହି ସର୍ବନିମ୍ନ ଯୋଗାଣ ପରିମାଣକୁ ୧୧ହଜାରମେଟ୍ରିକ ଟନ୍‌ରୁ କମାଇ ୧୦ହଜାର ମେଟ୍ରିକ ଟନ୍ କରାଯାଇଥିଲା। ଏପରି ସର୍ତ୍ତକୁ ବିରୋଧ କରି ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଏପରି ଯୋଗାଣ ଅନୁଭବ ସଂପର୍କିତ ସର୍ତ୍ତାବଳୀ କଠୋର, ଅସଙ୍ଗତ ଓ ସ୍ୱେଚ୍ଛାଚାରୀ ବୋଲି ଅଭିଯୋଗ ହୋଇଥିଲା। ଏଥି ସହିତ ପାଠ୍ୟପୁସ୍ତକ ଛପା ସହିତ ୱାଟର ମାର୍କର କିଛି ସଂପର୍କ ନଥିବା ‌ବେଳେ ଏଭଳି ସର୍ତ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button