ରାଜ୍ୟ

Nabarangpur Minor Rape Case: ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ କାରାଦଣ୍ଡ

ନବରଙ୍ଗପୁର ପୋକ୍ସୋ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

ନବରଙ୍ଗପୁର(ସୁରେଶ ନାଇଡ଼ୁ): ୨୦୨୦ରେ ଉମରକୋଟ ଥାନା ଅଂଚଳରେ ଜୈନେକା ନାବାଳିକାଙ୍କୁ ସେହିଥାନା ଅଂଚଳର ଅଭିଯୁକ୍ତ ଗୋପୀନାଥ ଭତ୍ରା ଦୁଷ୍କର୍ମ କରିଥିଲେ।  ଆଜି (ଗୁରୁବାର) ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ମାମଲାର ବିଚାର କରି ଅଭିଯୁକ୍ତ ଦୁର୍ଯ୍ୟୋଧନ ହରିଜନଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହ ଅଭିଯୁକ୍ତ ଅର୍ଥଦଣ୍ଡ ବାବଦକୁ ୧୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ୨୦୨୦ ଏପ୍ରିଲ ୧୬ରେ ଉମରକୋଟ  ଥାନା ଅଂଚଳର ଜଣେ ନାବାଳିକା ଶୌଚାଳୟକୁ  ଯିବା ସମୟରେ ତାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। କାହାରିକୁ କହ‌ିଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ଏନେଇ ପରିବାରବର୍ଗଙ୍କ  ଅଭିଯୋଗ ପରେ  ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା।  ପୀଡ଼ିତା ନାବାଳିକା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button