ରାଜ୍ୟ
NIT Rourkela Faculty ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଏନ୍ଆଇଟିର ୨୯
ଷ୍ଟାନ୍ଫୋର୍ଡ୍ ୟୁନିଭର୍ସିଟିର ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ NIT ରାଉରକେଲାର ୨୯ ଅଧ୍ୟାପକ ଓ ଜଣେ ଗବେଷକ ସ୍ଥାନ ପାଇ ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି।

ରାଉରକେଲା(ଦେବ ଗଡ଼ତିଆ): ଗବେଷଣା କ୍ଷେତ୍ରରେ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)କୁ ଏକ ବଡ଼ ସଫଳତା ମିଳିଛି। ଷ୍ଟାନ୍ଫୋର୍ଡ୍ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଏହି ଅନୁଷ୍ଠାନର ୨୯ ଜଣ ଅଧ୍ୟାପକ ଓ ଜଣେ ଗବେଷକ ସ୍ଥାନ ପାଇଛନ୍ତି। ପ୍ରଫେସର ଜନ୍ ପି.ଏ.ଆଇଓଆନିଡିସ୍ ଓ ତାଙ୍କ ଟିମ୍ ଦ୍ୱାରା ପ୍ରସ୍ତୁତ ଏହି ତାଲିକା ଏଲସେଭିୟର ଡାଟା ରିପୋଜିଟୋରୀରେ ପ୍ରକାଶିତ ହୋଇଛି।
ଏହି ତାଲିକାରେ ସ୍ଥାନିତ ଅନୁଷ୍ଠାନର ବୈଜ୍ଞାନିକମାନେ ହେଉଛନ୍ତି ଜୀବ ବିଜ୍ଞାନ, ମେଟାଲର୍ଜିକାଲ୍ ଆଣ୍ଡ୍ ମାଟେରିଆଲ୍ସ, ଗଣିତ, କେମିକାଲ୍ ଇଞ୍ଜିନିଅରିଂ, ବାୟୋଟେକ୍ନୋଲୋଜି ଆଣ୍ଡ୍ ମେଡିକାଲ ଇଞ୍ଜିନିଅରିଂ, ହ୍ୟୁମାନିଟିଜ୍ ଆଣ୍ଡ୍ ସୋସିଆଲ ସାଇନ୍ସେସ୍, ସେରାମିକ୍ ଇଞ୍ଜିନିଅରିଂ, ଫିଜିକ୍ସ ଆଣ୍ଡ୍ ଆଷ୍ଟ୍ରୋନୋମୀ, ସିଭିଲ୍ ଇଞ୍ଜିନିଅରିଂ, ମାଇନିଂ ଇଞ୍ଜିନିଅରିଂ ଆଦି ବିଭାଗର।
ସୌଜନ୍ୟ ସମ୍ବାଦ




