ରାଜ୍ୟ

Firecracker: ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପାପୁଅ ମୃତ, ପତ୍ନୀ ଓ ଶିକ୍ଷକ ଆହତ

ତିର୍ତ୍ତୋଲ ବ୍ଲକ ପଟିଲୋ ପଞ୍ଚାୟତ ମହିଳୋ ଗ୍ରାମରେ ବାଣ ବିସ୍ଫୋରଣରେ ବାପାପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଏହି ଗ୍ରାମର ମନୋରଞ୍ଜନ ସ୍ବାଇଁଙ୍କ ଘରେ ବିସ୍ଫୋରଣ ଘଟିଥିଲା।

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ପଟିଲୋ ପଞ୍ଚାୟତ ମହିଳୋ ଗ୍ରାମରେ ବାଣ ବିସ୍ଫୋରଣରେ ବାପାପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଏହି ଗ୍ରାମର ମନୋରଞ୍ଜନ ସ୍ବାଇଁଙ୍କ ଘରେ ବିସ୍ଫୋରଣ ଘଟିଥିଲା। ବାଣ ବିସ୍ଫୋରଣର ଶବ୍ଦ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା।

ମନୋରଞ୍ଜନ ଜଣେ ବାଣ ବ୍ୟବସାୟୀ। ସେ ବାହାଘର ପାଇଁ ବାଣ ବିକ୍ରି କରିବା ସହିତ ଡିଜେ, ଲାଇଟ୍‌ ଓ଼ ମାଇକ୍‌ ଯୋଗାଇବା ବ୍ୟବସାୟ କରନ୍ତି। ତାଙ୍କ ଘରେ ରଖିଥିବା ବାଣରେ ଆଜି କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ତାଙ୍କର ପକ୍କାଘର କାନ୍ଥ ମଧ୍ୟ ଫାଟି ଯାଇଥିଲା। ଏହି ଦୁର୍ଘଟଣାରେ ମନୋରଞ୍ଜନ (୫୪), ତାଙ୍କ ପୁଅ ସୌମ୍ୟସାହିଲ (୨୩), ପତ୍ନୀ ରାଜଲକ୍ଷ୍ମୀ ସ୍ୱାଇଁ (୪୫) ଏବଂ ତାଙ୍କ ଘରକୁ ଖାଇବାକୁ ଆସିଥିବା ମହିଳୋ ହାଇସ୍କୁଲର ଶିକ୍ଷକ ମୟୂରଭଞ୍ଜ ଜିଲ୍ଲାର ରାହୁଲରାଜ ମହନ୍ତ (୨୩) ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ଜଗତସିଂହପୁର ଡାକ୍ତରଖାନା ନିଆଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button