Crop insurance: ଚାଷୀଙ୍କୁ ଲୁଟୁଛନ୍ତି ଫସଲ ବୀମା କମ୍ପାନି: ବୀମା ବାବଦରେ ଦିଆଯାଇଛି ୫୩୧ କୋଟି
‘ଫସଲ ବୀମା ବ୍ୟବସ୍ଥାରେ ଚାଷୀ, ସମବାୟ ସମିତି, ଲ୍ୟାମ୍ପସ୍, କୃଷି ବିଭାଗ ଓ ବୀମା କମ୍ପାନିର ଭୂମିକା ରହିଛି। ହେଲେ ଯେତିକି ବୀମା ଅର୍ଥ ଦିଆଯାଉଛି ସେ ତୁଳନାରେ କ୍ଷତିପୂରଣ ବହୁତ କମ୍ ରହୁଛି, ଏହା ପଛର ପ୍ରକୃତ କାରଣ କ’ଣ?

କେନ୍ଦୁଝର: ‘ଫସଲ ବୀମା ବ୍ୟବସ୍ଥାରେ ଚାଷୀ, ସମବାୟ ସମିତି, ଲ୍ୟାମ୍ପସ୍, କୃଷି ବିଭାଗ ଓ ବୀମା କମ୍ପାନିର ଭୂମିକା ରହିଛି। ହେଲେ ଯେତିକି ବୀମା ଅର୍ଥ ଦିଆଯାଉଛି ସେ ତୁଳନାରେ କ୍ଷତିପୂରଣ ବହୁତ କମ୍ ରହୁଛି, ଏହା ପଛର ପ୍ରକୃତ କାରଣ କ’ଣ? ତାହାର ନିରପେକ୍ଷ ଯାଞ୍ଚ ହେବା ଆବଶ୍ୟକ। ଚାଷୀଙ୍କୁ ସଚେତନ କରାଯାଉନାହିଁ, ସେମାନେ ଫସଲ କ୍ଷତିର ଦାବି ନ କରିଥିଲେ କାହିଁକି କରିନାହାନ୍ତି, ଦାବି କରିଥିଲେ କାହିଁକି ମଞ୍ଜୁର ହୋଇନାହିଁ, ଫସଲ କ୍ଷତି କିପରି ଆକଳନ ହୋଇଛି ଓ କେଉଁ ଆଧାରରେ କ୍ଷତିପୂରଣ ନିର୍ଦ୍ଧାରଣ ହୋଇଛି, ଏ ସବୁର ସ୍ପଷ୍ଟ ଉତ୍ତର ମିଳିବା ଦରକାର ବୋଲି କୃଷକ ନେତା ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି।
ବୀମା ବାବଦରେ ଦିଆଯାଇଛି ୫୩୧ କୋଟି
ଚାଷୀ ପାଇଛନ୍ତି ୧.୬୭ କୋଟି
ଚାଷୀଙ୍କ ଫସଲ ନଷ୍ଟ ହେଲେ ଆର୍ଥିକ ସୁରକ୍ଷା ଦେବା ପାଇଁ ରହିଛି ଫସଲ ବୀମା ବ୍ୟବସ୍ଥା। ସରକାର ଚାଷୀଙ୍କ ସୁରକ୍ଷା ପାଇଁ ଏଭଳି ମହତ ଯୋଜନା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କାରଣରୁ ଫସଲ ନଷ୍ଟ ହେଲେ ବୀମା ରାଶି ମିଳିବ, ଚାଷୀ ପୁଣି କିଭଳି ଚାଷକୁ ଫେରିବେ ସେଥିପାଇଁ ଏ ପ୍ରକାର ବ୍ୟବସ୍ଥା ହୋଇଛି। ହେଲେ ବୀମା କଂପାନିଗୁଡ଼ିକ ଏଥିରେ ମନମାନି କରୁଛନ୍ତି। ସରକାର ପ୍ରତିବର୍ଷ ଏ ବାବଦରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। କେନ୍ଦୁଝର ଜିଲ୍ଲାରେ ଗତ ଦୁଇ ଖରିଫ ଋତୁର ତଥ୍ୟ ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଚାଷୀଙ୍କଠାରୁ ବୀମା ବାବଦରେ ଶତାଧିକ କୋଟି ଟଙ୍କା କମ୍ପାନି ନେଇଥିବା ବେଳେ କ୍ଷତିପୂରଣ ଅତି ନଗଣ୍ୟ ରହିଛି। ଗତ ଦୁଇ ଆର୍ଥିକ ବର୍ଷରେ ଫସଲବୀମା ବାବଦରେ କେନ୍ଦୁଝର ଜିଲ୍ଲା ପାଇଁ ମୋଟ ୫୩୧ କୋଟି ୩୧ ଲକ୍ଷ ଟଙ୍କା ଦିଆଯାଇଛି, ହେଲେ କ୍ଷତିପୂରଣ ବାବଦରେ ମିଳିଛି ମାତ୍ର ୧ କୋଟି ୬୭ ଲକ୍ଷ ଟଙ୍କା। ଯାହା ମୋଟ ରାଶିର ମାତ୍ର ୦.୩୧ ପ୍ରତିଶତ। ଅର୍ଥାତ ୧୦୦ ଟଙ୍କା ବୀମା ଦିଆଯାଉଥିବାବେଳେ କ୍ଷତିପୂରଣ ବାବଦରେ ୩୧ ପଇସା ମିଳିଛି।
ସୌଜନ୍ୟ ସମ୍ବାଦ




