ରାଜ୍ୟ

‘Politically backward’ ‘ରାଜନୈତିକ ଭାବେ ପଛୁଆ’ ମାନଦଣ୍ଡ କ’ଣ ହେବ? ତିନି ମାସରେ ରିପୋର୍ଟ ଦେବେ ଏସ୍‌ଇବିସି କମିସନ

ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ପ୍ରତିନିଧିତ୍ବ ବଢ଼ିବ। ଏଥିପାଇଁ ରାଜ୍ୟର ପଛୁଆବର୍ଗ (ଓବିସି), ସାମାଜିକ ଓ ଶିକ୍ଷାଗତ...

ଭୁବନେଶ୍ବର: ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ପ୍ରତିନିଧିତ୍ବ ବଢ଼ିବ। ଏଥିପାଇଁ ରାଜ୍ୟର ପଛୁଆବର୍ଗ (ଓବିସି), ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସ୍‌ଇବିସି)ଙ୍କୁ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନରେ ସର୍ବାଧିକ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏସ୍‌ଇବିସି କମିସନ ବି ଗଠନ କରିଛନ୍ତି। ତିନି ମାସ ମଧ୍ୟରେ କମିସନଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ଅର୍ଥାତ୍ ଜାନୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା କମିସନ ରିପୋର୍ଟ ଦେବେ। ହେଲେ ରିପୋର୍ଟ ପ୍ରସ୍ତୁତ କରିବାକୁ କମିସନ କେଉଁ ତଥ୍ୟକୁ ଆଧାର କରିବେ ସେନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନି। ତେଣୁ ୩ ମାସରେ ରିପୋର୍ଟ ପ୍ରସ୍ତୁତିର ଆଧାର କ’ଣ ହେବ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇପାରିବ ତ ସେନେଇ ପ୍ରଶ୍ନ ଉଠିଲାଣି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button