ରାଜ୍ୟ
Two Leopard Skins Seized ଗଜପତିରେ ୨ଟି କଲରାପତରିଆ ବାଘଛାଲ ଜବତ, ୬ ଗିରଫ; ଆନ୍ତର୍ଜାତୀୟ ରାକେଟ୍ ଲିଙ୍କ୍ ନେଇ ତଦନ୍ତ
ଗଜପତି ଜିଲ୍ଲାରେ ବନ ବିଭାଗର ଦୁଇଟି ଚଢ଼ାଉରେ ୨ଟି କଲରାପତରିଆ ବାଘଛାଲ ଜବତ ହୋଇଛି। ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ଆନ୍ତର୍ଜାତୀୟ ରାକେଟ୍ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି।

ଗଜପତି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାରେ ଦୁଇ ପୃଥକ ସ୍ଥାନରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି। ବାଘଛାଲ ବେପାର ନିମନ୍ତେ ବ୍ୟବହାର କରୁଥିବା ୩ଟି ବାଇକ୍ ଓ ୬ଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।
ସୌଜନ୍ୟ ସମ୍ବାଦ




