ରାଜ୍ୟ

Car Accident ଡାବୁଗାଁରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା: ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ଓ ପତ୍ନୀଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଝରିଗୁଡ଼ା ନିକଟରେ କାର୍‌ ଗଛକୁ ଧକ୍କା ଦେବାରୁ ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ମୀନାକ୍ଷୀଙ୍କ ମୃତ୍ୟୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

ଡାବୁଗାଁ (ସଞ୍ଜୟ ପାଢ଼ୀ):ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ରେ ଯାତ୍ରା କରୁଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି, ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ (୪୮) ଓ ତାଙ୍କ ପତ୍ନୀ ମୀନାକ୍ଷୀ (୪୨)।

ସୂଚନା ଅନୁଯାୟୀ,  ଶୁକ୍ରବାର ପୂର୍ବାହ୍ନରେ ଏଲ ଆଇ ସି ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ (୪୮) ଓ ତାଙ୍କ ପତ୍ନୀ ନିଜ କାର ( ଓଡି ୧୦ ଡି ୯୧୯୨) ଯୋଗେ ଉମରକୋଟକୁ ଏଲ୍‌ଆଇସିର ଏକ ପରୀକ୍ଷା ଦେବା ପାଇଁ ଯାଇଥିଲେ। ପରୀକ୍ଷା ସରିବା ପରେ ଉଭୟେ ପୁଣି ନିଜ କାର୍‌ରେ ଅପରାହ୍ନ ସମୟରେ ଉମରକୋଟ ରୁ ନବରଙ୍ଗପୁର ଫେରୁଥିଲେ । ଅପରାହ୍ନ ସାଢ଼େ ୪ ଘଣ୍ଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା କହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button