Ho Language Committee ଅଲ୍ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁଇ ଦଫା ଦାବିପତ୍ର
ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ଓ ଓଡ଼ିଶାର ଦ୍ୱିତୀୟ ରାଜଭାଷା ମାନ୍ୟତା ଦାବିରେ ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଅଲ୍ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁଇ ଦଫା ଦାବିପତ୍ର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିଦଳରେ ସୀତାରାମ ଚାଲ୍ଲା ଦାବିପତ୍ର ସମ୍ପର୍କରେ କହିଛନ୍ତି, ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ଓ ରାଜ୍ୟରେ ହୋ ଭାଷାକୁ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ପାଇଁ ଦାବି କରାଯାଇଛି । ସେମାନେ ଦୀର୍ଘ ବର୍ଷ ହେଲା ଉପରୋକ୍ତ ଦୁଇଟି ଦାବି ପୁରଣ ପାଇଁ ବିଭିନ୍ନ ଆନ୍ଦୋଳନ , ଧାରଣା,ଶୋଭାଯାତ୍ରା ପ୍ରଭୃତି କରାଯାଇଥିଲେ ମଧ୍ୟ ତାଙ୍କ ଦାବି ପୂରଣ ହେଉନାହିଁ ।
ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଜେ. ସିଂହ, ଘନଶ୍ୟାମ ପିଙ୍ଗୁଆ, ମଟକା ବିରୁଆ, ପାର୍ବତୀ ବିରୁଆ, ମାଧବ ସୋରେନ୍, ମାଥା ସୋରେନ୍, ବିକାଶ ବାଗାଲ, ଅନିଳ କୁମାର ବିରୁଆ, କୃଷ୍ଣ ଚନ୍ଦ୍ର ହାଁସଦା, ରାଜେନ୍ଦ୍ର ପୁର୍ତ୍ତି, ରାମଚନ୍ଦ୍ର ମୋହନ ପିଙ୍ଗୁଆ, ଅନୁପମା ଚନ୍ଦ୍ର ଟୁଡୁ, ରାମେଶ୍ୱର କୋଣ୍ଡାଙ୍ଗକେଲ, ମେଘନାଦ ହେମ୍ବ୍ରମ୍, ଶିବ ଶଙ୍କର ମୁର୍ମୁ, ଜଟୟା ସ୍ବାୟଁୟା , ଟିକୁନ ଜେରାଇ ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




