ରାଜ୍ୟ

Election: ଏବିଭିପି ଖାତାକୁ ଗଲା ତାଳଚେର କଲେଜ ଛାତ୍ର ସଭାପତି ପଦ

ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏବିଭିପିକୁ ବଡ଼ ସଫଳତା ମିଳିବାକୁ ଯାଉଛି। ଛାତ୍ର ସଭାପତି ପଦ ପାଇଁ ବିସିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାବେଳେ ଏହି ପଦରେ...

ତାଳଚେର (ବିକାଶ ଚନ୍ଦ୍ର ସାହୁ):ଅନୁଗୁଳଜିଲ୍ଲା ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏବିଭିପିକୁ ବଡ଼ ସଫଳତା ମିଳିବାକୁ ଯାଉଛି। ଛାତ୍ର ସଭାପତି ପଦ ପାଇଁ ବିସିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାବେଳେ ଏହି ପଦରେ ଆଉ କୌଣସି ପ୍ରାର୍ଥୀ ନାହାନ୍ତି। ଫଳରେ ଏବିଭିପିର ସଭାପତି ପ୍ରାର୍ଥୀ ତୁଷାର ସାହୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବାର ବାଟ ଫିଟିଛି।

ସଭାପତି ପଦରେ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ଏବିଭିପି ପ୍ରାର୍ଥୀଙ୍କ ବିଜୟ ପ୍ରାୟ ନିଶ୍ଚିତ ହୋଇଥିବାବେଳେ ଆସନ୍ତାକାଲି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି। ପୂର୍ବ ପରୀକ୍ଷାରେ ବ୍ୟାକ୍‌ ରହିଥିବା କାରଣରୁ ବିସିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା କୁହାଯାଇଛି। ଏହି ଘଟଣା ଛାତ୍ର ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ମହାବିଦ୍ୟାଳୟର ଅନ୍ୟ ପଦଗୁଡ଼ିକରେ କେଉଁ ସଂଗଠନ ବାଜିମାତ୍ କରିବ, ତାହା ଉପରେ ନଜର ରହିଛି।

ସେଭଳି ମୋଟ ୨୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ବିସିଜେଡିର ସଭାପତି ପଦ ନାକଚ ହୋଇଛି। ଅନ୍ୟ ପଦଗୁଡ଼ିକରେ ପ୍ରତିଦ୍ବନ୍ଦ୍ବୀ ରହିଥିବାରୁ ଆସନ୍ତାକାଲି କିଏ ଲଢ଼ିବେ ଆଉ କିଏ କିଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ, ତାହା ସ୍ପଷ୍ଟ ହେବ ବୋଲି କଲେଜର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button