Village: ୩୦ ବର୍ଷ ପରେ ଗାଁକୁ ଫେରୁଛନ୍ତି ୩୦ ଅନୁସୂଚିତ ଜାତି ପରିବାର
ପ୍ରାୟ ୩୦ ବର୍ଷ ପରେ ଗାଁରୁ ବାସନ୍ଦ ହୋଇଥିଲେ। ପୈତୃକ ଭିଟାମାଟି ଧଳାବନ୍ଧ ଗ୍ରାମକୁ ୧୧ତାରିଖ ରବିବାର ଦିନରେ ଫେରିବାକୁ ଯାଉଥିବା ୩୦ଟି ଅନୁସୂଚିତ ଜାତି ପରିବାରଙ୍କ ସୁରକ୍ଷା, ରହଣି ଓ ଖାଦ୍ୟ ବ୍ୟବସ୍ଥାକୁ ନେଇ ଆମ୍ବେଦକର...

ନୟାଗଡ଼: ପ୍ରାୟ ୩୦ ବର୍ଷ ପରେ ଗାଁରୁ ବାସନ୍ଦ ହୋଇଥିଲେ। ପୈତୃକ ଭିଟାମାଟି ଧଳାବନ୍ଧ ଗ୍ରାମକୁ ୧୧ତାରିଖ ରବିବାର ଦିନରେ ଫେରିବାକୁ ଯାଉଥିବା ୩୦ଟି ଅନୁସୂଚିତ ଜାତି ପରିବାରଙ୍କ ସୁରକ୍ଷା, ରହଣି ଓ ଖାଦ୍ୟ ବ୍ୟବସ୍ଥାକୁ ନେଇ ଆମ୍ବେଦକର ସେବକ ସଂଘ ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ଜେନା ଓ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ବହୁବର୍ଷ ଧରି ନିଜ ଗ୍ରାମରୁ ବିଚ୍ଛିନ୍ନ ହୋଇ ରହିଥିବା ଏହି ପରିବାରଗୁଡ଼ିକ ଏବେ ନିଜ ଭିଟାମାଟିକୁ ଫେରିବା ପ୍ରକ୍ରିୟାରେ ଅଛନ୍ତି। ଗ୍ରାମକୁ ଫେରିବା ପରେ ସେମାନଙ୍କର ସୁରକ୍ଷିତ ରହଣି, ଖାଦ୍ୟ, ପାନୀୟଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ। ପରିବାରଗୁଡ଼ିକର ସ୍ଥାୟୀ ଥଇଥାନ ଓ ରୋଜଗାର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ପ୍ରଶାସନ ତୁରନ୍ତ ଏକ ଅସ୍ଥାୟୀ ଥଇଥାନ କେନ୍ଦ୍ର କରିବା ସହିତ ପଲିଥିନ୍, ଟେଣ୍ଟ୍ କିମ୍ବା ଅନ୍ୟ ଉପଯୁକ୍ତ ଆଶ୍ରୟ ଯୋଗାଇ ଦିଅନ୍ତୁ।
ସୌଜନ୍ୟ ସମ୍ବାଦ




